ରେଳ ଇନଷ୍ଟିଚୁ୍ୟଟର ପରିଚାଳନା ପରିଷଦ ନିର୍ବାଚନ : ଶ୍ରମିକ କଂଗ୍ରେସର ବାଜିମାତ୍
ଜଟଣୀ : ଖୋର୍ଦ୍ଧାରୋଡ ମଣ୍ଡଳରେ ୬ ଟି ରେଳ ଇନଷ୍ଟିଚୁ୍ୟଟର ପରିଚାଳନା ପରିଷଦ ନିର୍ବାଚନ ଅନୁଷ୍ଠିତ ହୋଇଛି । ୧୧ ଜଣିଆ ପରିଷଦରେ ଖୋର୍ଦ୍ଧାରୋଡ଼ ବକ୍ସିଜଗବନ୍ଧୁ ଇନଷ୍ଟିଚୁ୍ୟଟରେ ଶ୍ରମିକ କଂଗ୍ରେସ ସମର୍ଥିତ ପାର୍ଥୀ ୮ ଟି ଆସନରେ ଜିତି ପୁନର୍ବାର ପରିଷଦ ଗଠନ କରିବାକୁ ଜନମତ ପାଇଥିବାବେଳେ, ଶ୍ରମିକ ୟୁନିଅନ୍ ସମର୍ଥିତ ୩ ଗୋଟିରେ ବିଜୟୀ ହୋଇଥିଲା । ସେହିପରି ପଲାସାରେ ଶ୍ରମିକ କଂଗ୍ରେସ ୯, ବ୍ରହ୍ମପୁର ୬, ଜୋନାଲ ହେଡ଼ କ୍ୱାର୍ଟର ୧୧, କେଉଁଝରରେ ୫ ଓ ଜଣେ ଲୋକରନିଙ୍ଗ ଷ୍ଟାଫ୍ ପାର୍ଥି ସମର୍ଥନ ଘୋଷଣା କରିଥିବାରୁ ୫ ଟି ପରିଷଦରେ ଶ୍ରମିକ କଂଗ୍ରେସ ହାତକୁ ଯାଇଛି ।
ସେହିପରି ଶ୍ରମିକ ୟୁନିଅନ କେବଳ କଟକରେ ୧୧ ରୁ ୧୧ ପାଇ ପରିଷଦ ଗଠନ କରିଛି । ମଜଦୂର ୟୁନିଅନ୍ ପାର୍ଥି ମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପରାଜିତ ହୋଇଛନ୍ତି । ଏହି ବିପୁଳ ବିଜୟ ପାଇଁ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଉଭୟ ପାର୍ଥି ଓ ଭୋଟରଙ୍କୁ ଧନ୍ୟବାଦ୍ ଦେଇଥିଲେ । ବିଜେବି ଇନଷ୍ଟିଚୁ୍ୟଟ ନିର୍ବାଚନ ପାଇଁ ପ୍ରମୋଦ ସାହାଣୀ ଓ ମଣ୍ଡଳ ସଂଯୋଜକ ସୁନିଲ ଭଞ୍ଜ, ମହେନ୍ଦ୍ର ମହାନ୍ତି , ଏମ୍ଜିକେ ରାଓ , ସୁବ୍ରତ ପଣ୍ଡା, ଶାଖା ସମ୍ପାଦକ ଏଲ୍ଡି ମହାନ୍ତି, ଗୋପାଳ ଦାସ ପ୍ରମୁଖ ନିର୍ବାଚନୀ ମଙ୍ଗ ସମ୍ଭାଳିଥିଲେ ।