ରେଳ ମନ୍ତ୍ରୀଙ୍କୁ ସାଂସଦଙ୍କ ଅନୁରୋଧ : ଖୋଲାଯାଉ ପାର୍ସଲ ଓ ଲଗେଜ କାଉଣ୍ଟର 

 ବ୍ୟାସନଗର: କ୍ଷତିରେ ଚାଲୁଥିବା କାରଣରୁ ଯାଜପୁର କେନ୍ଦୁଝର ରୋଡ଼ ରେଳଷ୍ଟେସନରେ ଦୀର୍ଘ ଦଶନ୍ଧୀ ଧରି ଖୋଲିଥିବା ପାର୍ସଲ ଓ ଲଗେଜ କାଉଣ୍ଟରକୁ ବନ୍ଦ କରି ଦିଆଯାଇଛି । ଗତମାସ ୧୯ ତାରିଖରୁ କାଉଣ୍ଟରକୁ ବନ୍ଦ କରି ଦିଆଯାଇଥିବା ବେଳେ ଯାଜପୁର ସାସଦ ରବୀନ୍ଦ୍ର ନାରାୟଣ ବେହେରା ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । କାଉଣ୍ଟର ବନ୍ଦ ଜଣା ପଡିବା ପରେ ଷ୍ଟେସନ ପରାମର୍ଶ ଦାତା କମିଟି ସାଂସଦଙ୍କ ରେଳ ବିଭାଗ ପ୍ରତିନିଧି ଇତିଶ୍ରୀ ଜେନା ସାଂସଦ ଶ୍ରୀ ବେହେରା ଓ କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାଂସଦ ଶ୍ରୀ ବେହେରା ଇତିମଧ୍ୟରେ ରେଳ ବିଭାଗ ମନ୍ତ୍ରୀଙ୍କୁ ପତ୍ର ଲେଖି କାଳ ବିଳମ୍ବ ନକରି ପାର୍ସଲ ଲଗେଜ କାଉଣ୍ଟର ଖୋଲବା ପାଇଁ ଅନୁରୋଧ ରଖିଛନ୍ତି । ରେଳମନ୍ତ୍ରୀ ସାଂସଦଙ୍କ ଅନୁରୋଧକୁ କେତେଦୂର ରଖି ପାରୁଛନ୍ତି, ତାହାତ ସମୟ କହିବ, କିନ୍ତୁ ପାର୍ସଲ ଏବଂ ଲଗେଜ କାଉଣ୍ଟର ବନ୍ଦ ହେବା ଫଳରେ ଏହା ଉପରେ ନିର୍ଭର କରୁଥିବା ଲୋକେ ହସ୍ତସନ୍ତ ହୋଇପଡିଛନ୍ତି । କାର୍ଟର ବନ୍ଦ ପଛର କାରଣ କ୍ଷତି ବୋଲି ଦର୍ଶାଯାଉଥିଲେ ହେଁ ବୈଷଇକ ତ୍ରୁଟି ଓ ରେଳ ବିଭାଗର ଅବହେଳା ପାଇଁ ଏହା ଘଟିଛି ବୋଲି ସାଧାରଣରେ କୁହାଯାଉଛି । କ୍ଷତିରେ ଚାଲିଲା ପଛରେ ଦ୍ରୁତଗାମୀ ଟ୍ରେନର ୫ ମିନିଟ ସ୍ଥାନରେ ୨ ମିନଟ ରହିବା ଏବଂ ପୁରୀ ହାୱଡା ପାସେଞ୍ଜର ବନ୍ଦ ହେବା ପରେ ହୋଇଛି ବୋଲି କୁହାଯାଉଛି । କିନ୍ତୁ ବିକଳ୍ପ ବ୍ୟସ୍ତସ୍ଥା ନକରିବା ଖୋଦ୍ଧା ଡିଭିଜନ ରେଳ କର୍ତ୍ତୃପକ୍ଷ ଯାଜପୁର ରୋଡ଼ ଷ୍ଟେସନ ବିକାଶରେ ଅନ୍ତରକ୍ଷ ସଷ୍ଟି କରୁଥିବା କଥା ଷ୍ଟେସନ ପରାମର୍ଶ ଦାତା କମିଟି ସଦସ୍ୟ ଭାଗିରଥି ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।