ରେଡ଼ିଓ ‘ବସୁଧା’ର ସ୍ୱନକ୍ଷତ୍ର 

  କାମାକ୍ଷାନଗର : ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ସର୍ବପ୍ରଥମ ଗୋଷ୍ଠୀବେତାର କେନ୍ଦ୍ର ରେଡ଼ିଓ ବସୁଧାର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କାମାକ୍ଷାନଗର ଜିରିଡାମାଳିରେ ଅବସ୍ଥିତ ରେଡ଼ିଓ ବସୁଧା ଷ୍ଟୁଡିଓ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଉତ୍ସବ ପାଳନ କରିଥିଲେ । ଅନୁଷ୍ଠାନର କର୍ମକର୍ତ୍ତା ପ୍ରେମାନନ୍ଦ ଧଳ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ଅନୁଷ୍ଠାନ ମୁଖ୍ୟ ଶିଶିର ଶତପଥୀ ବସୁଧାର ବିଭିନ୍ନ କାର୍ଯ୍ୟକ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ବିକାଶ  ଓ ସମାଜ ସଚେତନତାରେ ରେଡ଼ିଓ ବସୁଧା ଭୂମିକା ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରି ଆସିଥିବା କହିଥିଲେ ।  ବର୍ତ୍ତମାନ ଏଫଏମ ୯୦.୦ ମେଗାହର୍ଜ ଯୋଗେ ପ୍ରସାରିତ ରେଡ଼ିଓ ବସୁଧାର କାର୍ଯ୍ୟକ୍ରମ ସକାଳ ୭ ଟା ରୁ ୯ ଟା , ଅପରାହ୍ନ ୨ ଟା ରୁ ୪ ଟା ଏବଂ ସନ୍ଧ୍ୟା ୭ ଟା ରୁ ୯ ଟା ପ୍ରସାରିତ ହେଉଛି । ଖୁବଶୀଘ୍ର ଏହାକୁ ଦିନ ସାରା ପ୍ରସାରଣ କରିବାକୁ ଯୋଜନା ରହିଥିବା ଶ୍ରୀ ଶତପଥୀ ସୂଚନା ଦେଇଥିଲେ । ଅନୁଷ୍ଠାନର ନିଦେ୍ର୍ଦଶକ ଶିଶିର ଶତପଥୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ସରୋଜ କୁମାର ଶତପଥୀ, କର୍ମକର୍ତ୍ତା ବାଦଲ ମହାନ୍ତି, ଶିଶିର  ପାଣି, ସୁଶାନ୍ତ କୁମାର ପତି, ପ୍ରତିମା ବେହେରା, ପ୍ରେମାନନ୍ଦ ଧଳ, ପ୍ରତିକ୍ଷା ପ୍ରିୟଦର୍ଶିନୀ, ଦୀପକ କୁମାର ମିଶ୍ର, ରଞ୍ଜନ କୁମାର ସାହୁ, ପ୍ରଦୀପ କୁମାର ବେହେରା ଓ ପ୍ରଶାନ୍ତ କୁମାର ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।