ଗଡ଼ିଲା ବେଣାପୁର ଓଭର ବ୍ରିଜରେ ଗାଡି
ଯାଜପୁର : ପାଣିକୋଇଲି-ରିମୁଳିକୁ ଲମ୍ବିଛି ୨୦ ନଂ ଜାତୀୟ ରାଜପଥ । ଏହାର ୪ ଥାକିଆ ରାସ୍ତା ପାଇଁ ସମ୍ପ୍ରସାରଣ କାର୍ଯ୍ୟ ଦୀର୍ଘ ଦିନ ଧରି ଚାଲୁ ରହିଥିଲା । ଦୀର୍ଘଦିନ ଧରି ଯାଜପୁର ରୋଡର ପ୍ରବେଶ ପଥ ବେଣାପୁର ବାଇପାସ (ଜହ୍ନାଛକ) ଠାରେ ନିର୍ମିତ ଓଭର ବ୍ରିଜ କାର୍ଯ୍ୟକ୍ଷମ ହୋଇପାରି ନଥିଲା । କିଛି ଦିନ ତଳେ କୋରେଇର ଯୁବନେତା ବିକ୍ରମ ବିଶ୍ୱାଳଙ୍କ ନେତୃତ୍ୱରେ ଅଞ୍ଚଳବାସୀ ଏକତ୍ରିତ ହୋଇ ଏହି ଓଭର ବ୍ରିଜକୁ ତୁରନ୍ତ ଖୋଲିବା ପାଇଁ ପ୍ରଶାସନ ଓ ସରକାରଙ୍କ ପାଖରେ ଦାବି ରଖିବା ସହ ଆନେ୍ଦାଳନର ଚେତାବନୀ ଦେଇଥିଲେ । ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ ଅଧିକାରୀ ଗୁରୁତର ଏହି ଘଟଣାକୁ ନେଇ ଠିକା ସଂସ୍ଥାକୁ ତାଗିଦ ପରେ ତୁରନ୍ତ ରାସ୍ତା ମରମତି କରାଯାଇ ଗମନା ଗମନ ଉପଯୋଗୀ କରାଯିବ ଫଳରେ ଆଜି ଠାରୁ ଓଭର ବ୍ରିଜରେ ଗାଡି ଚଳାଚଳ ଆରମ୍ଭ ହୋଇଛି । ଏଥିପାଇଁ ଅଞ୍ଚଳବାସୀଙ୍କ ତରଫରୁ ଯୁବନେତା ବିକ୍ରମ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ଧନ୍ୟବାଦ ଜଣାଇବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ଆଲୋକୀକରଣ ବ୍ୟବସ୍ଥା କରିବା ପାଇଁ ନିବେଦନ କରିଛନ୍ତି ।