ରୋଟାରୀ କ୍ଲବ ପକ୍ଷରୁ ଚକ୍ଷୁ ପରୀକ୍ଷା କେନ୍ଦ୍ର 

 କଟକ: ରୋଟାରୀ କ୍ଲବ କଟକ, ଇନର ହୁଇଲ କ୍ଲବ କଟକ ଓ ଜେପିଏମ ରୋଟାରୀ କ୍ଲବ କଟକ ଚକ୍ଷୁ ଚିକିସôାଳୟ ଓ ଗବେଷଣା ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ନିଶ୍ଳୁକ ଚକ୍ଷୁ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି । ଏହି ଷ୍ଟଲକୁ ବାରବାଟୀ କଟକ ବିଧାୟିକା ସୋଫିଆ ର୍ଫିୋଷ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ରୋଟାରୀ ଚକ୍ଷୁ ଚିକିସôାଳୟର ସଭାପତି ଦେବାଶିଷ ପଣ୍ଡା, ରୋଟାରୀ କ୍ଲବ ଅଫ ଚାରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ ସୂର୍ଯ୍ୟପ୍ରସାଦ ମିଶ୍ର, ମ୍ୟାନେଜିଂ ଟ୍ରଷ୍ଟି ସମୀର ମିଶ୍ର, ରୋଟାରୀ କ୍ଲବ ଅଫ କଟକର ସଭାପତି ଅକ୍ଷୟ ନାୟକ, ସଂପାଦକ ଇଂଜିନିୟର ଶୂନେଶ୍ୱର ସ୍ୱାଇଁ, ରୋଟାରୀ ଚକ୍ଷୁ ଚିକିସôାଳୟର ଉପସଭାପତି ଧୀରେନ୍ଦ୍ର ବିଶ୍ୱାଳ, ସୁଶାନ୍ତ ମହାନ୍ତି, ଇନର ହୁଇଲ କ୍ଲବ ଅଫ କଟକର ସଭାପତି ମମତା ପଣ୍ଡା, ଡାକ୍ତର ସନ୍ତୋଷ ମହାପାତ୍ର, ଶଶିକାନ୍ତ ଦାସ, ମାରିଆନସ ଲାକ୍ରା, ବୀଣା ପରିଜା, ଶ୍ରୀକାନ୍ତ ମହାପାତ୍ର ଓ ସୁଧୀର ଖଟୋଇ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିଦିନ ବାଲିଯାତ୍ରାକୁ ଆସୁଥିବା ଚକ୍ଷୁ ରୋଗୀମାନଙ୍କୁ ଉତ୍ତମ ଚକ୍ଷୁ ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରି ବାଲିଯାତ୍ରାକୁ ଆସୁଥିବା ଲୋକମାନଙ୍କୁ ଏହାର ସୁବିଧା ନେବାକୁ ରୋଟାରୀ କ୍ଲବ ପକ୍ଷରୁ ନିବେଦନ କରାଯାଇଛି ।