ଲକ୍ଷପତି ଦିଦିର ସଫଳତା ପ୍ରଶଂସନୀୟ
ଭୁବନେଶ୍ୱର : ଏକ ସମାଜର ପ୍ରଗତିର ପ୍ରକୃତ ମାପକାଠି ହେଉଛି ମହିଳାମାନଙ୍କର ସଶକ୍ତିକରଣ । ଏହି ମୂଲ୍ୟବୋଧକୁ ହୃଦୟରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ସରକାର "ଲକ୍ଷପତି ଦିଦି' ଯୋଜନାର ମାଧ୍ୟମରେ ନାରୀ ସଶକ୍ତିକରଣ ମାଧ୍ୟମରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ସୃଷ୍ଟି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ପ୍ରତିଫଳନ ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ ଏବଂ ସାମାଜିକ ସଶକ୍ତିକରଣର ନୂଆ ପରିଚୟ ପ୍ରଦାନ କରିଛି । ଏହି ମହତ୍ୱପୂର୍ଣ୍ଣ ଯୋଜନା ପରିଚାଳନାରେ ଓଡ଼ିଶା ସାରା ଦେଶରେ ସମ୍ପ୍ରତି ଦ୍ୱିତୀୟ ସ୍ଥାନ ହାସଲ କରିଛି । ଏଥିସହ ଓଡ଼ିଶାର ୯.୩୬ ଲକ୍ଷରୁ ଅଧିକ ମହିଳା ଏବେ ବାର୍ଷିକ ୧ ଲକ୍ଷ କିମ୍ବା ତାହାଠାରୁ ଅଧିକ ଆୟ କରି ଏକ ସୁନିଶ୍ଚିତ ଓ ବିକଶିତ ଭବିଷ୍ୟତ ଆଡେ ଅଗ୍ରସର ହେଉଛନ୍ତି । ମହାରାଷ୍ଟ୍ର ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ଓଡ଼ିଶା ଜାତୀୟସ୍ତରରେ ଶୀର୍ଷ ସ୍ଥାନ ଅଧିକାର କରିବା ପଥରେ ଅଗ୍ରସର ହେଉଛି । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଓଡ଼ିଶା ଜୀବିକା ମିଶନ (ଓଏଲ୍ଏମ୍) ବହୁମୁଖୀ ପଦକ୍ଷେପ କାର୍ଯ୍ୟକାରୀ କରୁଛି । ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋସôାହନ ଯୋଗାଇଛି । ଓଡ଼ିଶାର ଜିଲ୍ଲାସ୍ତରରେ ମଧ୍ୟ ଲକ୍ଷପତି ଦିଦିର ସଫଳତା ପ୍ରଶଂସନୀୟ ରହିଛି । ସମ୍ବଲପୁର ୭୯% ଲକ୍ଷ୍ୟ ହାସିଲ ସହ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି । ଯାହାକୁ ୭୦% ସହ ଜଗତସିଂହପୁର ଓ ୬୯% ସହ ଯାଜପୁର ଅନୁସରଣ କରିଛି । ୧୯ ମାର୍ଚ୍ଚ ୨୦୨୫ ସୁଦ୍ଧା ୯.୩୬ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ଓଡ଼ିଶା ୫୭% ଲକ୍ଷ୍ୟ ପୂରଣ କରିଛି ଯାହା ଏକ ପ୍ରଭାବଶାଳୀ ଅଗ୍ରଗତି ଚିହ୍ନିତ କରେ ।