ଲକ୍ଷ୍ମୀଧରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ
ରାଜନଗର : ରାଜନଗର ବ୍ଲକ ସଦର ମହକୁମାସ୍ଥିତ କେସି ମଣ୍ଡପରେ ସ୍ୱର୍ଗତ ଲକ୍ଷ୍ମୀଧର ଲେଙ୍କାଙ୍କ ପ୍ରଥମ ଶା୍ରଦ୍ଧବାର୍ଷିକ ଉସôବ ପାଳିତ ହୋଇଯାଇଛି । ଲକ୍ଷ୍ମୀଧର ଲେଙ୍କା ସ୍ମୃତି ପରିଷଦର ସଭାପତି ଶରତଚନ୍ଦ୍ର ମହାପାତ୍ରଙ୍କ ପୈ÷ାରହିତ୍ୟରେ ଆୟୋଜିତ ସ୍ମୃତିଚାରଣ ଓ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ସମ୍ବାଦର ପ୍ରତିଷ୍ଠାତା ସମ୍ପାଦକ ତଥା ପ୍ରାକ୍ତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ଭୁବନେଶ୍ୱରରୁ ସେ କଂଗ୍ରେସ ଦଳରୁ ସାଂସଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସ୍ୱର୍ଗତ ଲେଙ୍କା ତାଙ୍କର ରାଜନୈ÷ତିକ ପ୍ରଭାରୀ ଭାବରେ ସମ୍ପୂର୍ଣ୍ଣ ସହାୟତା କରିଥିଲେ । ସେହି ଋଣ ସୁଝିବାକୁ ଆସିଛି ବୋଲି କହିଥିଲେ । ଆମ ଜୀବନରେ ଅହଙ୍କାର ହିଁ ଅଧପତନର କାରଣ ହୋଇଥାଏ । ଆମର ଆଚରଣ ଓ ଉଚ୍ଚାରଣ ଏପରି ସ୍ଥିତିରେ ପହଂଚିଲାଣି ଯେ, ଅତୀତର ପ୍ରଣମ୍ୟ ମହାପୁରୁଷମାନଙ୍କର ସ୍ମୃତିଚାରଣ କରିବା କାଠିକରପାଠ ହେଲାଣି । ଯାହା ସ୍ୱର୍ଗତ ଲେଙ୍କାଙ୍କ ଏକ ଅନନ୍ୟ ଆଦର୍ଶ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ବିଧାୟକ ଦୋଳଗୋବିନ୍ଦ ନାୟକ ଯୋଗଦେଇ ସ୍ୱର୍ଗତ ଲେଙ୍କାଙ୍କ ସହିତ ବିତାଇ ଥିବା ଅନେକ ମୁହୂର୍ତର ସ୍ମୃତିଚାରଣ କରିବା ସହ ଭିତରକନିକା ବଂଚାଅ ଆନେ୍ଦାଳନର ପ୍ରମୁଖ ସାରଥୀ ଥିଲେ ବୋଲି କହିଥିଲେ ।
ଏହି ସଭାରେ ପ୍ରାଧ୍ୟାପକ ସତ୍ୟବାଦୀ ଜେନା, ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଉପେନ୍ଦ୍ରନାଥ ସ୍ୱାଇଁ, କୃପାସିନ୍ଧୁ ସାମଲ, ଡଃ କେଳୁଚରଣ ସ୍ୱାଇଁ, ସ୍ତମ୍ଭକାର ନିରଞ୍ଜନ ଶତପଥୀ, ବିଜୟ ଜେନା ପ୍ରମୁଖଙ୍କ ସହ ବିଭିନ୍ନ କ୍ଷେତ୍ରରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଲେଙ୍କାଙ୍କ ସ୍ମୃତିଚାରଣ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଲକ୍ଷ୍ମୀଧର ଲେଙ୍କା ସ୍ମୃତି ପରିଷଦ ରାଜନଗରର ସ୍ମରଣିକା ‘ସ୍ମୃତି ଶାମୁକାର ମୋତି’ ଓ କବି ଭବାନୀପ୍ରସାଦ ମହାପାତ୍ରଙ୍କ ‘ସ୍ମୃତି ତୁମେ ଅନିର୍ବାଣ’ ଲୋକାର୍ପିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବର୍ଷିୟାନ ନାଗରିକ ଶିକ୍ଷାବିତ୍ ବିରଞ୍ଚôନାରାୟଣ ଜେନା, ଶିକ୍ଷାବିତ୍ କେଶବଚରଣ ପରମାଣିକ, ଶିକ୍ଷାବିତ୍ ବିଷ୍ଣୁଚରଣ ବାରିକ, ପ୍ରାକ୍ତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ପାତ୍ର, ସମାଜସେବୀ ଗୈ÷ାରାଙ୍ଗଚରଣ ସ୍ୱାଇଁ, ସଫଳ କୃଷକ ପାରେଶ୍ୱର ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।