ବ୍ଲକସ୍ତରୀୟ ପରାମର୍ଶ ଶିବିର

 କେନ୍ଦ୍ରାପଡା: ବ୍ଲକ୍ସ୍ତରୀୟ ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶ ତାଲିମ ନିମନ୍ତେ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି  । ଏହି ବ୍ଲକ୍ସ୍ତରୀୟ ନିଯୁକ୍ତିଭିତ୍ତିକ ପରାମର୍ଶ ଶିବିରକୁ ମୁଖ୍ୟଅତିଥି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ପ୍ରମୁଖ ଯୋଗଦେଇ କହିଲେ ଦକ୍ଷତା ବିକାଶ ମାଧ୍ୟମରେ ଆଶାୟୀ ଯୁବକ ଓ ଯୁବତୀମାନେ ନିଜର ଜୀବିକା ଅର୍ଜନ କରିପାରିବେ ଓ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମତସାବ୍ୟସ୍ତ କରିଥିଲେ  । ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ରଶ୍ମିତା ସେଠୀ, ପ୍ରତାପ ନାରାୟଣ ମହାପାତ୍ର, ଗୁଣନିଧି ପ୍ରଧାନ, ଅଭିଷେକ ସ୍ୱାଇଁଙ୍କ ପ୍ରମୁଖ ଯୋଗଦେଇ ଆଶାୟୀ ପ୍ରାର୍ଥୀଙ୍କୁ ଉସôାହ ପ୍ରଦାନ କରିଥିଲେ  । ଏହି ଦକ୍ଷତା ବିକାଶ ପରାମର୍ଶ ଶିବିରରେ ୧୪ଟି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ୱାରା ଚୁକ୍ତିବଦ୍ଧ ହୋଇଥିବା ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିଲେ  । ଏହି ଶିବିରରେ ସମୁଦାୟ ୨୫୬ ଜଣ ଆଶାୟୀ ଯୁବକଯୁବତୀ ପଞ୍ଜୀକରଣ କରିଥିଲେ ଏବଂ ସେଥିରୁ ୨୩୬ ଜଣ ତାଲିମ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ  । ଏହିପରି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଆଳି ବ୍ଲକରେ ବ୍ଲକ୍ସ୍ତରୀୟ ନିଯୁକ୍ତି ଭିତ୍ତିକ ଦକ୍ଷତା ବୃଦ୍ଧି ତାଲିମ ନିମନ୍ତେ ପରାମର୍ଶ ଶିବିର ଅନୁଷ୍ଠିତ ହେବ  ।