ଲଗାଣ ବର୍ଷା ଭାଙ୍ଗିଛି ୨୩ଟି ଘର
କୋଷାଗୁମୁଡ଼ା: ନବରଙ୍ଗପୁର ଜିଲ୍ଲା କୋଷଗୁମଡା ବ୍ଲକରେ ଗତ ୩ଦିନ ଧରି ଲଗାଣ ବର୍ଷା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବ୍ଲକରେ ବିଶେଷ କରି ମକ୍କା ଫସଲ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ବ୍ଲକରେ ପ୍ରବାହିତ ଦୁଇଟି ନଦୀ ଭାସ୍କେଲ ଓ ଇନ୍ଦ୍ରାବତୀ ଫୁଲିବାରେ ଲାଗିଛି । ବର୍ଷା ସମ୍ପୂର୍ଣ୍ଣ ଛାଡ଼ି ନ ଥିବା ଯୋଗୁଁ ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ ହୋଇପାରିନଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି । ଲଗାଣ ବର୍ଷା ଫଳରେ ରାଜସ୍ୱ ବିଭାଗ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ୨୩ଟି ଘର ଭାଙ୍ଗିଥିବା ସୂଚନା ମିଳିଛି । ଘର ଭାଙ୍ଗିଥିବା ଜାଗାରେ ବିଭାଗ ପକ୍ଷରୁ ଜାରିପାଲ ବଣ୍ଟାଯାଇଛି ।