ଲେଖକ ସାମ୍ମୁଖ୍ୟ ବୈଠକ

 ଭୁବନେଶ୍ୱର : ଗୋଦାବରୀଶ ସାହିତ୍ୟ ସଂସଦ ଭୁବନେଶ୍ୱରର ସଭାଗୃହରେ ଲେଖକ ସାମ୍ମୁଖ୍ୟ, ଓଡ଼ିଶାର ମାସିକ ବୈଠକ ଅନୁଷ୍ଠିତ ହୋଇଛି । ଯୁଗ୍ମ ସମ୍ପାଦକ ଚନ୍ଦ୍ର କାନ୍ତ ପଣ୍ଡାଙ୍କ ଆବାହନରେ ସଭାପତି ଡ. ଅଲେଖ ଚନ୍ଦ୍ର ପଢିଆରୀ, ଉପସଭାପତି ଡ. ପ୍ରେମଲତା ଦେବୀ, ସଂଗଠନ ସମ୍ପାଦକ ନାଟ୍ୟକାର ବିଜୟ ମହାନ୍ତି, ସମ୍ପାଦିକା ବିମଳା ସିଂହ ଏବଂ ଆଜିର ଅତିଥି "ନର କିନ୍ନର’ ଉପନ୍ୟାସ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତି୍ୟକ ଶାନ୍ତନୁ ଆଚାର୍ଯ୍ୟ । ଭଜନ ଗାନ କରିଥିଲେ ସ୍ନେହଲତା ପାଢ଼ୀ । ସଭାପତି ଅଲେଖ ଚନ୍ଦ୍ର ପଢିଆରୀଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା  । ସଭା ଆରମ୍ଭରେ  ଉତ୍ତରୀୟ, ପୁସ୍ତକ ଏବଂ ଫୁଲତୋଡ଼ା ଦେଇ ଅତିଥିଙ୍କୁ ସ୍ୱାଗତ କରାଯାଇଥିଲା । ସମ୍ପାଦିକା ବିମଳା ସିଂହ ସ୍ୱାଗତ ଭାଷଣ ଦେବା ଅବସରରେ ଲେଖକ ସାମ୍ମୁଖ୍ୟର ଗାରିମା ମୟ ବିଷୟରେ ଉପସ୍ଥାପନା କରିଥିଲେ । ଦିବଙ୍ଗତ ସଭାପତି ଡ. ସାତକଡି ହୋତାଙ୍କ ନିଦେ୍ର୍ଦଶରେ ଏ ଅନୁଷ୍ଠାନ କିପରି ପୁନଃ ଜୀବିତ ହୋଇଛି ସେ ବିଷୟରେ ମତ ରଖିବା ସହ ଉପସ୍ଥିତ ସମସ୍ତ ସଭ୍ୟଙ୍କ ଅକୁଣ୍ଠ ସହଯୋଗରେ ପୁନଶ୍ଚ ତାର ଗାରିମା ବଜାୟ ରହି ପାରିବ ବୋଲି ଅନୁରୋଧ କରିଥିଲେ । ଏହି ଅବସରରେ ଅଲେଖ ନନ୍ଦୀଙ୍କ କବିତା ପୁସ୍ତକ "ବାଇଡଙ୍କ’ ଏବଂ ବ୍ରଜେଶ୍ୱରୀ ସିଂହ ଙ୍କ "ଲୋଟଣୀ ପାରା’ ଅତିଥି ଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । "ବାଇଡଙ୍କ’ କବିତା ପୁସ୍ତକର ସମୀକ୍ଷା କରିଥିଲେ "ଝରଣା’ ପତ୍ରିକା ସମ୍ପାଦକ ମନୋଜ ଜେନା ଏବଂ ପ୍ରାବନ୍ଧିକ ସୁଶାନ୍ତ ସ୍ୱାଇଁ  । "ଦେଶ ବିଦେଶରେ ଜଗନ୍ନାଥ ସଂସ୍କୃତି’ ଉପରେ ଉପସଭାପତି ଡ. ପ୍ରେମଲତା ଦେବୀ ଜଗନ୍ନାଥଙ୍କ ମହିମା ବିଶ୍ୱ ବିଦିତ ଏବଂ ଆମର ପରିଚୟ ସେଇ କାଳିଆ ସାଆନ୍ତ ବୋଲି ମତ ଦେଇଥିଲେ । ସଂଗଠନ ସମ୍ପାଦକ ନାଟ୍ୟକାର ବିଜୟ ମହାନ୍ତି ଜଗନ୍ନାଥ ନିଜେ ବିଶ୍ୱର ଦେବତା । ସେ ଏକ ବିସ୍ମୟ । ତାଙ୍କ ବିଷୟରେ କହିଲେ ରାତି ପାହି ଯିବ ସିନା ସରିବ ନାହିଁ ବୋଲି ମତ ଦେଇଥିଲେ । ଅତିଥି ଶାନ୍ତନୁ ଆଚାର୍ଯ୍ୟ ଆଜିର ବିଷୟବସ୍ତୁ ଉପରେ  ଅନୁଭୂତି ମଧ୍ୟ ବର୍ଣ୍ଣନା କରିଥିଲେ । ଅନ୍ୟ ମାନଙ୍କ ଭିତରେ କୋଷାଧ୍ୟକ୍ଷ ଡ. ଚକ୍ରଧର ଦାଶ, ସାଧୁ ଚରଣ ବେହେରା, ପ୍ରଫେସର ଅନିତା ପଣ୍ଡା, ଧନଞ୍ଜୟ ରାୟ, ନୃସିଂହ ଚରଣ ସାହୁ, ମନୋରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସମ୍ପାଦକ ନାଟ୍ୟକାର ବିଜୟ ମହାନ୍ତିଙ୍କ ସଭାପତିତ୍ୱରେ, ସମୀକ୍ଷକ କବି ପ୍ରଦୁ୍ୟମ୍ନ ପଟ୍ଟନାୟକ ଏବଂ ବ୍ରଜେଶ୍ୱରୀ ସିଂହଙ୍କ ସଂଯୋଜନାରେ ୩୦ ଜଣ କବିଙ୍କୁ ନେଇ "ବର୍ଷା’ ଉପରେ କବିତା ପାଠୋସôବ ଅନୁଷ୍ଠିତ ହୋଇଥିଲା ।  ଯୁଗ୍ମ ସମ୍ପାଦକ ଚନ୍ଦ୍ରକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।