ଲୋକସଭାରେ ରୁଦ୍ରଙ୍କ ଦାବି : ଅନୁଗୁଳ - ଯାଜପୁର ଟ୍ରେନ ଚଳାଚଳ ହେଉ
ଅନୁଗୁଳ : ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ବୁଧବାର ଲୋକସଭାରେ ଅନୁଗୁଳ ଯାଜପୁର ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଦାବି କରିଛନ୍ତି । ବିଗତ ୨୫ବର୍ଷ ପୂର୍ବେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଅନୁଗୁଳ ସୁକିନ୍ଦା ରେଳ ଲାଇନ ପାଇଁ ତକôାଳୀନ ରେଳମନ୍ତ୍ରୀ ରାମ ବିଳାସ ପାଶୱାନ ଶିଳାନ୍ୟାସ କରିଥିଲେ । ପରବର୍ତ୍ତୀ ସମୟରେ ନରେନ୍ଦ୍ର ମୋଦିଙ୍କ ସରକାରରେ ଉକ୍ତ ରେଳ ଲାଇନ କାର୍ଯ୍ୟ ଶେଷ ହୋଇ ଦୁଇ ବର୍ଷ ହେବ ଉକ୍ତ ରେଳପଥରେ ମାଲବାହୀ ଟ୍ରେନ ଚଳାଚଳ କରୁଛି । ସେ ସମୟରେ ବହୁ କମ ପଇସାରେ ଜନ ସାଧାରଣ ରେଲୱେ ପାଇଁ ନିଜର ଜମି ଦେଇଥିଲେ ଓ ସ୍ୱପ୍ନ ଦେଖିଥିଲେ ଆମ ଅଞ୍ଚଳ ଦେଇ ଯାତ୍ରୀବାହୀ ଟ୍ରେନ ଚାଲିବ କିନ୍ତୁ ଏ ଯାଏ ଯାତ୍ରୀବାହୀ ଟ୍ରେନ ଚାଲିନାହଁ ବୋଲି ଶ୍ରୀ ପାଣି ଲୋକସଭାରେ ଧ୍ୟାନ ଆକର୍ଷଣ କରିଛନ୍ତି । ଅନୁଗୁଳ ଦେଇ ବୁଢ଼ାପଙ୍କ, ପରଜଙ୍ଗ, କାମାକ୍ଷା ନଗର, ଭୁବନ, ସୁକିନ୍ଦା ଦେଇ ଯାଜପୁର ପର୍ଯ୍ୟନ୍ତ ରେଳପଥରେ ଯାତ୍ରୀବାହୀ ଟ୍ରେନ ଓ ପରବର୍ତ୍ତୀ ସମୟରେ ତାକୁ ପୁରୀ ପର୍ଯ୍ୟନ୍ତ ଓ ହାୱାଡ଼ା ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ଓ ଏକ୍ସପ୍ରେସ ଟ୍ରେନ ଉକ୍ତ ଅଞ୍ଚଳ ଦେଇ ଚଳାଚଳ କରିବାକୁ ସାଂସଦ ଶ୍ରୀ ପାଣି କେନ୍ଦ୍ର ସରକାର ତଥା ଓଡିଶାରୁ