ଅଲମ୍ପିକ ଆସୋସିଏସନ ସଭାପତିଙ୍କୁ ସମ୍ବର୍ଦ୍ଧନା
ତାଳଚେର : ଓଡିଶା ଅଲମ୍ପିକ୍ସ ଅସୋସିଏସନର ନୂତନ ସଭାପତି ଭାବେ ସମୀର ମହାନ୍ତି ଦାୟିତ୍ୱ ଗ୍ରହଣ କରିବା ପରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି କ୍ରମରେ ସମୀରଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବରିଷ୍ଠ ବିଜେପି ନେତା କାଳନ୍ଦୀ ସାମଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖେଳ ଇଣ୍ଡିଆ ମାଧ୍ୟମରେ ଖେଳାଳିମାନଙ୍କୁ ପ୍ରେତ୍ସାହନ ଦିଆଯାଇ କ୍ରୀଡା କ୍ଷେତ୍ରରେ ଦେଶକୁ ଆଗକୁ ନେବା ପାଇଁ ଯେଉଁ ପ୍ରୟାସ ଚାଲିଛି ସମୀର ମହାନ୍ତିିଙ୍କର ଅଲମ୍ପିକ ଆସୋସିଏସନ ସଭାପତିତ୍ୱ ସେ ଦିଗରେ କ୍ରୀଡାର ବିକାଶକୁ ଆଗକୁ ନେବ ବୋଲି ଶ୍ରୀ ସାମଲ କହିଛନ୍ତି ।