ଲ୍ୟାଣ୍ଡମାଇନରୁ ଅଳ୍ପକେ ବର୍ତିଲେ ଯବାନ

ଲ୍ୟାଣ୍ଡମାଇନରୁ ଅଳ୍ପକେ ବର୍ତିଲେ ଯବାନ

ମାଲକାନଗିରି : ରାଜ୍ୟରେ ଚାଲିଛି ମାଓ ଦମନ ଅଭିଯାନ । କିଛି ଦିନମଧ୍ୟରେ ବଡ଼ବଡ଼ ମାଓନେତାକୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ଏମଧ୍ୟରେ ସୁରକ୍ଷାକର୍ମୀମାନଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ । ଲ୍ୟାଣ୍ଡମାଇନରୁ ଅଳ୍ପକେ ବର୍ତିଲେ ଯବାନ ।

   

     ସୂଚନା ମୁତାବକ, ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାର ଭୈରମଗଡ଼ ଜଙ୍ଗଲରେ ମାଓବାଦୀ ମାନେ ୧୦ କେଜିର ଆଇଇଡ଼ି ଖଞ୍ଜିଥିଲେ । ସୁରକ୍ଷା ବାହିନୀ କୁମିଂ ଅପରେସନ କରୁଥିବା ବେଳେ ଅତି ସତର୍କତାର ସହ ମାଓବାଦୀଙ୍କ ଏହି ଲ୍ୟାଣ୍ଡମାଇନ ଉଦ୍ଧାର କରିଛନ୍ତି । ପରେ ବୋମା ନିଷ୍କ୍ରିୟ ଟିମ୍‌ ଏହାକୁ ଅତି ସତର୍କତାର ସହ ନିଷ୍କ୍ରିୟ କରିଛନ୍ତି । ମାଓନେତା ହିଡମାଙ୍କ ମୃତ୍ୟୁ ପରେ ସୁରକ୍ଷା କର୍ମୀଙ୍କୁ କ୍ଷତି ପହଞ୍ଚାଇବା ଲାଗି ସାଥି ମାଓବାଦୀ ମାନେ କରିଥିଲେ ବଡ଼ ଯୋଜନା । ହେଲେ ଏହାକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ । ଘଟଣା ପରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।