ଶତାୟୁ ପୁରୁଷଙ୍କ ଦେହାନ୍ତ 

ରାଜନଗର  : ରାଜନଗର ବ୍ଳକ ଘଡିଆମାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜୁଣଗଡି ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଶତାୟୁ ପୁରୁଷ କେଶବ ଚନ୍ଦ୍ର ଦାସ (୧୦୧) ଙ୍କ ପରଲୋକ ହୋଇଯାଇଛି  ।  ଅଞ୍ଚଳବାସୀଙ୍କ ସୁଖ ଓ ଦୁଃଖରେ ନିଜକୁ ସାମିଲ୍ କରିଥିବା ସ୍ୱର୍ଗତ କେଶବଚନ୍ଦ୍ର  ଈଶ୍ୱର ବିଶ୍ୱାସୀ ଏବଂ ଆଧ୍ୟାତ୍ମିକ ଭାବଧାରାରେ ସଂପୃକ୍ତ ଥିଲେ  । ପ୍ରତିଦିନ ସେ ହରିନାମ ଭଜନ କୀର୍ତ୍ତନ କରିବା ସହ ପୂଜାପାଠରେ ସମୟ ଅତିବାହିତ କରୁଥିଲେ । ଅତ୍ୟନ୍ତ ସରଳ, ମେଳାପୀ, ନିଷ୍କପଟ ଓ ଉଦାର ହୃଦୟର ବ୍ୟକ୍ତି ଭାବେ ସେ ସମଗ୍ର ରାଜନଗର ଅଞ୍ଚଳରେ ପରିଚିତ ହେବା ସହ ପିଲାଠାରୁ ବୟସ୍କଙ୍କ ପ୍ରିୟପାତ୍ର ହୋଇଥିଲେ । ବାର୍ଦ୍ଧକ୍ୟଜନିତ ରୋଗ ତଥା ମସ୍ତିଷ୍କ ପକ୍ଷାଘାତରେ ପୀଡିତ ହୋଇ ସେ ତାଙ୍କ ନିଜ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅନ୍ତିମ ସଂସ୍କାରରେ ପରିବାର ସମେତ ଆତ୍ମୀୟ ସ୍ୱଜନ ତଥା ଅଞ୍ଚଳର ବହୁ ବିଶିଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡପୁଅ ଭଗବାନ ମୁଖାଗ୍ନି ଦେଇଥିଲେ ।