ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା
ଖଇରା : ଗତ୫ତାରିଖରେ ରାଷ୍ଟ୍ରପତିଙ୍କ ନିକଟରୁ ସମ୍ବର୍ଦ୍ଧିତ ହୋଇଥିବା ଗରସଙ୍ଗ ଗ୍ରାମର ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶିକ୍ଷକ ଇଂ ସୁରେଶ କୁମାର ମହାନ୍ତିଙ୍କୁ ଶୁଭେଛୁ,ଶିକ୍ଷାବିତ୍ ତଥା ଗ୍ରାମବାସୀମାନେ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗରସଙ୍ଗ ସରପଞ୍ଚ ରାଜେନ୍ଦ୍ର କୁମାର ଦାସଙ୍କ ଆବାହକତ୍ୱରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ରାମଚନ୍ଦ୍ର ଉଚ୍ଚ ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶିବ ପ୍ରସାଦ ବଳ, ଅନନ୍ତ ପ୍ରସାଦ ଉପାଧ୍ୟାୟ, କୃଷ୍ଣଚନ୍ଦ୍ର ଜେନା, ଜିଲ୍ଲା ପରିଷଦ ସଭ୍ୟା ସୁଷମା ମହାପାତ୍ର, ବଡ ଜୟିପୁର ପଞ୍ଚାୟତ ପ୍ରତିନିଧି ଭରତ ଚନ୍ଦ୍ର ମହାନ୍ତି, ନାରାୟଣ ପ୍ରସାଦ ଜେନା, ରାମଚନ୍ଦ୍ର ପହୀ, ପ୍ରଦୀପ କୁମାର ବାରିକ, ମଧୁସୂଦନ ସେଠୀଙ୍କ ସମେତ ବହୁ ଗ୍ରାମବାସୀ ଯୋଗ ଦେଇ ବାଲ୍ୟକାଳରୁ ଆରମ୍ଭ କରି ଖୋର୍ଦ୍ଧା ଜିଲ୍ଲାରେ ଭିନ୍ନକ୍ଷମଙ୍କ ପାଇଁ ଖୋଲାଯାଇଥିବା ଆଇଆଇଟିରେ ପିଲାମାନଙ୍କୁ ସ୍ୱତନ୍ତ୍ର ଶୈଳୀରେ ତାଲିମ ଦେବା ପର୍ଯ୍ୟନ୍ତ ସବୁ କାର୍ଯ୍ୟକୁ ନିଷ୍ଠାର ସହ କରିଥିବାରୁ ତାଙ୍କୁ ଏହି ସଫଳତା ମିଳିଥିବା କହିଥିଲେ । ସ୍କିଲ୍ ଇଣ୍ଡିଆ ଓ ଉଦ୍ୟମିକା ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବୃତ୍ତିଗତ ତାଲିମରେ ଉକ୍ରର୍ଷତା ପାଇଁ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷକ ଇଂ ସୁରେଶ ମହାନ୍ତିଙ୍କୁ ମାନପତ୍ର, ମେଡାଲ ଓ ୫୦ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ ।