ଶିକ୍ଷାଧିକାରିଣୀଙ୍କୁ ସମ୍ବର୍ଦ୍ଧନା

 ନିଶ୍ଚିନ୍ତକୋଇଲି: ନବଗଠିତ ନିଶ୍ଚିନ୍ତକୋଇଲି ମଣ୍ଡଳ ନୂତନ ପେନ୍ସନଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରିଣୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା ଓ ସହକାରୀ ଶିକ୍ଷାଧିକାରିଣୀ ପାର୍ବତୀ ନନ୍ଦଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।  ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରିଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ସମସ୍ୟାକୁ ତ୍ୱରିତ ସମାଧାନ ପାଇଁ ସଂଘ କାର୍ଯ୍ୟକର୍ତ୍ତାମାନେ ଶିକ୍ଷାଧିକାରିଣୀଙ୍କ ସହ ଆଲୋଚନା କରିଥିଲେ । ନବଗଠିତ ସଂଘ ସଭାପତି ନାରାୟଣ ଚାନ୍ଦଙ୍କ ଆବାହକତ୍ୱ୍ୱରେ ଆଇନ ଓ ଜନସଂପର୍କ ଉପଦେଷ୍ଟା ସୀତାକାନ୍ତ ସାମଲ, ସଂପାଦକ ସୁବାଷ କୁମାର ରାଉତ, କାର୍ଯ୍ୟକାରୀ ସଭାନେତ୍ରୀ ରାବେୟା ସରୱାର, ସଂଗଠନ ସଂପାଦକ ଅକ୍ଷୟ କୁମାର ପଟ୍ଟନାୟକ, ଉପସଭାପତି ସୁନାକର ଭୋଇ, ଦୁର୍ଯ୍ୟୋଧନ ବେହେରା, ଉପସଭାନେତ୍ରୀ ମିନତୀ ନାୟକ, କୋଷାଧ୍ୟକ୍ଷ ପ୍ରଭାକର ସ୍ୱାଇଁ, ଗୋଲାମ ମେହେନ୍ଦୀ ହୁସେନ, ଗଣମାଧ୍ୟମ ସଂଯୋଜକ ଜ୍ଞାନେନ୍ଦ୍ର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ ।