ୟୁପି ସ୍କୁଲର ବାର୍ଷିକୋତ୍ସବ
ବଡ଼ସାହି : ମାନଗୋବିନ୍ଦପୁର ସରକାରୀ ଉ. ପ୍ରା ବିଦ୍ୟାଳୟରେ ୭୮ତମ ବାର୍ଷିକୋତ୍ସବ ପାଳନ କରାଯାଇଛି । ପ୍ରଧାନଶିକ୍ଷକ ମନ୍ମଥ ଗିରିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସହକାରୀ ଶିକ୍ଷକ ପ୍ରଦୀପ ଜେନା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ନମିତା ବେହେରା ବାର୍ଷିକ ବିବରଣୀ ପାଠ କରିଥିେ । ମାଣତ୍ରୀ ଡାକ୍ତରଖାନାର ଡାକ୍ତର ରଜନୀ କାନ୍ତ ମହାପାତ୍ର, ସ୍ୱତନ୍ତ୍ରଅତିଥି ଭାବେ ଶାଳଗାଁ ହାଇସ୍କୁଲ ପ୍ରଧାନଶିକ୍ଷକ ସନ୍ତୋଷ ବେହେରା, ମାନଗୋବିନ୍ଦପୁର ସମିତି ସଭ୍ୟ ରାକେଶ ମହାପାତ୍ର ମୁଖ୍ୟବକ୍ତା, ସମ୍ମାନୀୟଅତିଥି ଭାବେ ସିଆରସିସି ଯୋଗ ଦେଇଥିଲେ । ନରୋତ୍ତମ ଜେନା ମଞ୍ଚ ପରିଚାଳନା କରିଥିଲେ । ସ୍କୁଲ ସହକାରୀ ଶିକ୍ଷକ କିରଣ ନାୟକ, ସୁମିତ୍ରା ବେହେରା, ତିଳୋତ୍ତମା ପ୍ରଧାନ, ଭୁବନ ସିଂହ, ଦିବ୍ୟଜ୍ୟୋତି ମହାନ୍ତ ଏବଂ ପରିଚାଳନା କମିଟି ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ବେହେରା ସହଯୋଗ କରିଥିଲେ । ଓଡ଼ିଶାର ପ୍ରବୀଣ ବିଜ୍ଞାନ ଶିକ୍ଷକ କଳ୍ପତରୁ ପାତ୍ରଙ୍କ ଦ୍ୱାରା ଏକ ‘ ବିଜ୍ଞାନ କର୍ମଶାଳା' ଆୟୋଜିତ ହୋଇଥିଲା । ଆଜିର ଶିକ୍ଷା ବ୍ୟବସ୍ଥାରେ ସଂସ୍କୃତି ଓ ବିଜ୍ଞାନ ଓତଃ ପ୍ରୋତ ଭାବେ ଜଡିତ ହେଲେ ସମାଜର ଉନ୍ନତି ଅପରିହାର୍ଯ୍ୟ ବୋଲି ଅତିଥି ପ୍ରକାଶ କରିଥିଲେ । ଶେଷରେ କିରଣ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।