ଶିକ୍ଷାନୁଷ୍ଠାନ ରାସ୍ତାରେ କୋଇଲା ପରିବହନ ବନ୍ଦ ଦାବି

 କଣିହାଁ: ଜେଆଇଟିପିଏଲ କଣିହାଁ ସର୍ବସାଧାରଣ ନିମନ୍ତେ ଉଦ୍ଧିଷ୍ଟ ଆର୍ଡି ରାସ୍ତା ଉପରେ ବେଆଇନ ଭାବେ କମ୍ପାନୀ ଗାଡିରେ କୋଇଲା ପରିବହନ କରୁଛି । ଏଥିଯୋଗୁଁ ସେହି ରାସ୍ତା ଉପରେ ସ୍କୁଲ ଛାତ୍ରଛାତ୍ରୀ ବୃନ୍ଦ ଯାତାୟତ କରିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କୋଇଲା ଗୁଣ୍ଡ ଯୋଗୁଁ ରାସ୍ତା ସଂକୀର୍ଣ୍ଣ କାଦୁଅ ହୋଇ ଥିବାବେଳେ କାଦୁଅ ଯୋଗୁଁ ରାସ୍ତା ଉପରେ ସ୍କୁଲ ଛାତ୍ରଛାତ୍ରୀମାନେ ପଡ଼ି ଯାଉଛନ୍ତି । ଏଥି ଯୋଗୁଁ ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନେ ଠିକ ସମୟରେ ପହଞ୍ଚି ପାରୁନାହାଁନ୍ତି । ଯାହାଫଳରେ ଛାତ୍ରଛାତ୍ରୀମାନଙ୍କର ପାଠପଢାରେ ବ୍ୟାହତ ହେଉଛି । ତେଣୁ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତା ଉପରେ କୋଇଲା ଗାଡି ମଟର ଚଳାଚଳ ବନ୍ଦ କଣିହାଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଜିଲ୍ଲାପାଳ ଅନୁଗୋଳଙ୍କ ସହିତ ତହସିଲଦାର, ବିଡିଓ, କଣିହାଁ ଥାନା ପୋଲିସ, ଏସଡି ପିଓ ପାଲଲହଡ଼ା, ଉପଜିଲ୍ଲାପାଳ ତାଳଚେର, ମାନବାଧିକାର କମିଶନ ଓଡ଼ିଶା,  ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ଦିନବେଳା କୋଇଲା ପରିବହନ ଯୋଗୁଁ ଆମ୍ଭମାନଙ୍କ ଜୀବନ ଆରମ୍ଭ ହେବା ଆଗରୁ କୋଇଲା ଗୁଣ୍ଡ ଆମ୍ଭମାନଙ୍କ ପାଟି, ଆଖି, ନାକରେ ପ୍ରବେଶ କରି ନାନା ପ୍ରକାର ରୋଗ ସୃଷ୍ଟି କରୁଥିବାବେଳେ କୋଇଲା ପରିବହନ ଯୋଗୁଁ ସ୍କୁଲ କଲେଜ ଯିବା ଆସିବା କରିବା ପାଇଁ ଅସୁବିଧା ହେଉଥିବାରୁ ଏହାର ତଦନ୍ତ କରି ଦିନ ବେଳା କୋଇଲା ପରିବହନ ବନ୍ଦ କରିବାକୁ ଦାବି କରିଥଲେ । ନଚେତ୍ ବାଧ୍ୟ ହୋଇ ଆମେ ଛାତ୍ରଛାତ୍ରୀ ଆନେ୍ଦାଳନ କରିବୁ ବୋଲି ଚେତାବନୀ ଦେଇଥିଲେ । ତେବେ ପୁଲିସ୍ ପ୍ରଥମେ କଲେଜର ଅଧ୍ୟକ୍ଷଙ୍କ ଠାରୁ ଦସ୍ତଖତ ଆଣି ପୋଲିସ୍କୁ ଦରଖାସ୍ତ ଦେଲେ ମୁଁ ଗ୍ରହଣ କରିବି ବୋଲି କହିଥିବାବେଳେ ଅଧ୍ୟକ୍ଷଙ୍କ ପାଖରୁ ଦସ୍ତଖତ ଆଣି ପୋଲିସ୍କୁ ଅଭିଯୋଗ କଲା ପରେ ମଧ୍ୟ ପୋଲିସ୍ ପ୍ରଶାସନ ପକ୍ଷରୁ ଦରଖାସ୍ତକୁ ଗ୍ରହଣ କରି ତାର ସମାଧାନ କରିବା ପରିବର୍ତ୍ତେ ସେମାନଙ୍କୁ ନାନା ପ୍ରକାର ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଏବଂ ସେମାନଙ୍କ ଦରଖାସ୍ତକୁ ଫେରାଇ ଦେଇଛନ୍ତି । ଫଳରେ କଲେଜ ଛାତ୍ରଛାତ୍ରୀମାନେ ସମସ୍ତ ପ୍ରକାର ଡକୁ୍ୟମେଣ୍ଟକୁ ପୋଲିସ୍ ଓ ପ୍ରଶାସନକୁ ଇମେଲ ଠିକଣା ପଠାଇ ଥିବା ବେଳେ ଏହାର ସମାଧାନ ନିମନ୍ତେ ପୋଲିସ୍ ପ୍ରଶାସନକୁ ନିବେଦନ କରିଛନ୍ତି । ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ କଣିହାଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ନିବେଦନ କରିଛନ୍ତି । ୭ ଦିନ ମଧ୍ୟରେ ସର୍ବସାଧାରଣ ରାସ୍ତା ଉପରେ କୋଇଲା ପରିବହନ ବନ୍ଦ କରିବାକୁ ଦାବି କରିଛନ୍ତି । ନଚେତ୍ ଆମ୍ଭେ ବାଧ୍ୟ ହୋଇ ଆନେ୍ଦାଳନ କରିବୁ ଏବଂ ଆଉ ସେଥିପାଇଁ ଯେଉଁ କ୍ଷତି ହେବ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏହି ଅଭିଯୋଗ ଉପରେ ପୁଲିସ୍ ପ୍ରଶାସନକୁ ପଚାରିବାର ମୁଁ କିଛି କରିପାରିବି ନାହିଁ, ଏହା ଉପରେ ଯାହା ଉପରୁ ନିଦେ୍ର୍ଦଶ ଅଛି । ତାକୁ ମୁଁ କରିପାରିବି ବୋଲି କହିଥିଲେ ।  ତେବେ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଉପରେ କିଏ ଖେଳ ଖେଳୁଛନ୍ତି ? ଆଉ କିଏ ନିଦେ୍ର୍ଦଶ ଦେଇଛନ୍ତି ବୋଲି ସାଧାରଣରେ କୁହାଯାଉଛି ।