ଶିକ୍ଷା ଗାଁ'ର ପରିଚୟକୁ  ଲିପିବଦ୍ଧ କରେ

 ବାଲିଅନ୍ତା:  ଉତ୍ତମ ଶିକ୍ଷା ଆମ ଗାଁର ପରିଚୟ ବହନ କରିବାରେ ବେଶ ସହାୟକ ହୋଇଥାଏ । ଏହି ଶିକ୍ଷାଦ୍ୱାରା ଦେଶବିଦେଶରେ ସମ୍ମାନଜନକ ପଦପଦବୀରେ ରହି ନିଜର ଓ ନିଜ ଗାଁର ନାମକୁ ସ୍ୱର୍ଣ୍ଣଅକ୍ଷରରେ ଲିପିବଦ୍ଧ କରିଥାଏ ବୋଲି ରଥିଜେମା ପ୍ରାଥମିକ ଓ ଉଚ୍ଚ ପ୍ରଧାନଶିକ୍ଷୟିତ୍ରୀ ପ୍ରଭାସିନୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ସମ୍ମାନୀତଅତିଥି ବ୍ଲକ ଶିକ୍ଷାଧିକାରୀ ପ୍ରଜ୍ଞାପରମିତା ଜେନା, ମୁଖ୍ୟବକ୍ତା ଡ. ରଜନୀ ରଞ୍ଜନ ଦାଶ, ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ବ୍ଲକ୍ ଉପଧ୍ୟକ୍ଷା ଇତିଶ୍ରୀ ଜେନା, ସ୍ଥାନୀୟ ସରପଞ୍ଚ ରୀନା ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରୀ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ କୁନୀ ଦେଇ, ଉଚ୍ଚପ୍ରାଥମିକ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ ଓ ପ୍ରାଥମିକ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଲିଙ୍ଗରାଜ ସାହୁ ପ୍ରମୁଖ ଯୋଗଦେଇ ସ୍କୁଲ ରୂପୀ ମନ୍ଦିରକୁ ସର୍ବଦା ଭଲ ପାଇବା ସହ ଶିକ୍ଷାଦାନ କରୁଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ  ସମ୍ମାନ ଦେବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ  । କାର୍ଯ୍ୟକ୍ରମରେ ଅତିଥିଙ୍କ ଦ୍ୱାରା ପ୍ରଭୁ ଜାଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ, ଶିକ୍ଷୟିତ୍ରୀ, ପୁରାତନ ଛାତ୍ର ସଙ୍ଘ ଏବଂ ଗ୍ରାମବାସୀ ପରିଚାଳନା କରିଥିଲେ ।