ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ନାଉଗାଁ : ରୋହିଆ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ବଳଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ପ୍ରଧାନଶିକ୍ଷୟିତ୍ରୀ ସଂଯୁକ୍ତା ମହାନ୍ତି ପୌରୋହିତ କରିଥିଲେ । ଶ୍ରୀମତୀ ବଳ ୧୯୮୭ ମସିହାରୁ ଚିଲିକା ବ୍ଲକ୍ ରାଉତରାପଲ୍ଲୀ ପ୍ରାଥମିକ ବିଦ୍ୟାଳୟରୁ ତାଙ୍କର ବୃତ୍ତି ଗତ ଜୀବନ ଆରମ୍ଭ କରି ଦୀର୍ଘ ୩୮ ବର୍ଷ କାର୍ଯ୍ୟ କରି ଶିକ୍ଷାଦାନ ଭଳି କାର୍ଯ୍ୟକୁ ନିଷ୍ଠାପର ଭାବେ ପାଳନ କରି ଏକ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ସୁନାମ ଅର୍ଜନ କରିଥିଲେ । ସଭାରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ଶ୍ରୀ ନିରଞ୍ଜନ ମହାନ୍ତି, ବାମଦେବ ସ୍ୱାଇଁ, ସହଦେବ ସେଠୀ, ଲକ୍ଷ୍ମୀଧର ମଲ୍ଲିକ, ରାଜକିଶୋର ମହାନ୍ତି, ପଦ୍ମଚରଣ ରାଉତ ଇତ୍ୟାଦି ଅତିଥି ଭାବରେ ଯୋଗଦେଇ ଥିଲେ । ପଞ୍ଚାୟତର ବହୁ ବ୍ୟକ୍ତି ଓ ରୋହିଆ କ୍ଲଷ୍ଟରର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।