ଶିଖପାଲ୍ଲୀ ଆଶ୍ରମ ସ୍କୁଲର ବାର୍ଷିକ ଉତ୍ସବ

 ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଲକାନଗିରି ବ୍ଲକ ଅଧିନସ୍ଥ ଶିଖପାଲ୍ଲୀ ଠାରେ ଥିବା ଆଶ୍ରମ ବିଦ୍ୟାଳୟରେ ଶୁକ୍ରବାର ରାତିରେ ୭୫ତମ ବାର୍ଷିକ ଉସôବ ଡାଇମଣ୍ଡ ଜୁବୁଲି ପାଳନ ହୋଇ ଯାଇଛି । ୧୯୫୦ ମସିହାରେ ସ୍ଥାପନ ହୋଇଥିବା ସେବାଶ୍ରମ ୧୯୯୨ ମସିହାରେ ଆଶ୍ରମ ବିଦ୍ୟାଳୟକୁ ଉନ୍ନତି ହୋଇ ଅଦ୍ୟାବଧି ଦୀର୍ଘ ୭୫ବର୍ଷରେ ପଦାର୍ପଣ କରିଛି । ଉକ୍ତ ବାର୍ଷିକ ଉସôବରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାଲକାନଗିରି ସସ୍ମିତା କୁମାରୀ ମାଝୀ ସଭାପତିତ୍ୱ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁମନ୍ତ କୁମାର ମାଝି, ମୁଖ୍ୟବକ୍ତା ଭାବେ ଅଧ୍ୟକ୍ଷ ଆଞ୍ଚଳିକ କନିଷ୍ଟ ବିଦ୍ୟାଳୟ ପଡିଆର ପରମାନନ୍ଦ ମହାପାତ୍ର, ସଂମାନିତ ଅତିଥି ଭାବେ ଲଏର ଆସୋସିଏସନ୍ର ସଭାପତି ନୃସିଂହ ଚରଣ ମହାନ୍ତି, ଜିଲ୍ଲା ଉକôଳ ସାମ୍ବାଦିକ ସଙ୍ଘର ସଭାପତି ଅଶୋକ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା, ବିଧାୟକ ମାଲକାନଗିରି ଙ୍କ ପ୍ରତିନିଧି ସତ୍ୟ ସରଣ ପାଲ, ପ୍ରଧାନ ଶିକ୍ଷକ ପାଙ୍ଗମ ପ୍ରତାପ କୁମାର ରାୟ, ପ୍ରଧାନ ଶିକ୍ଷକ ପଡିଆ ବୁଦ୍ରଆ କବାସୀ,ପୂର୍ବତନ ଜିଲାପରିସଦ(୨) ଦେବେ ମାଢି ,ପ୍ରଧାନ ଶିକ୍ଷକ ରମାକାନ୍ତ ବେହେରା ଯୋଗ ଦେଇଥିଲେ । ଶିଖପାଲ୍ଲୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ମହାପାତ୍ରଙ୍କ ଆବହକରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ସଂମାନିତ ଅତିଥି ମାନେ ଅତି ସୁନ୍ଦର ବ୍ୟକ୍ତବ ରଖିଥିଲେ । ମୂଖ୍ୟ ଅତିଥି ସୁମନ୍ତ କୁମାର ପିଲାଙ୍କୁ ଆଗାମୀ ଦିନରେ କିପରି ଭଲ ପାଠ ପଢି ଭଲ ମଣିଷ ହୋଇ ପାରିବେ ସେ ନେଇ ଗୁରୁମନ୍ତ୍ର ଦେଇଥିଲେ । ମଞ୍ଚ ପରିଚାଳନା ଚିତ୍ତ ରଞ୍ଜନ ପଣ୍ଡା କରିଥିଲେ । ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନଙ୍କ ତରଫରୁ ଅତି ସୁନ୍ଦର ସାସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । କୃତି ଛାତ୍ରୀ ଛାତ୍ରଙ୍କୁ ପୁରସ୍କାର ଓ ମାନପତ୍ର ଦିଆଯାଇଥିଲା । ଶେଷରେ ପ୍ରଧାନ ଶିକ୍ଷକ କବିରାଜ ପ୍ରଧାନ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ବାଣ୍ଡି ମାଡକାମୀ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତାରକ ମଣ୍ଡଳ ।,କାଶୀ ବିଶ୍ୱନାଥ ସୁନା, ଭୁବେନ ଚନ୍ଦ୍ର ବର୍ମନ ପ୍ରମୁଖ ଅତିଥି ମଞ୍ଚ ।ସିନ ଥିଲେ । ଏଥିସହ କାର୍ଯ୍ୟକ୍ରମ ରେ ଅଭିଭାବକ ଅନେକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମବାସୀ, ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ଯୋଗ ଦେଇଥିଲେ ।