ଚାଷୀଙ୍କୁ ପାଣିପମ୍ପ ବଣ୍ଟନ

 ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ମୁଖୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଯୋଜନା ମାଧ୍ୟମରେ ଜନଜାତି ଜୀବିକା ପରିଷଦର ହିତାଧିକାରୀଙ୍କୁ ପାଣିପମ୍ପ ବଣ୍ଟନ କରାଯାଇଛିା ଏହି କାର୍ଯ୍ୟକ୍ରମରେ କାଲିମେଳା, ମାଥିଲି ଓ ମାଲକାନଗିରି ବ୍ଲକର ଅଗ୍ରଣୀ ଆଦିବାସୀ ଚାଷୀ ମାନେ ଯୋଗ ଦେଇଥିଲୋ ପ୍ରକଳ୍ପ ପ୍ରଶାସକ ଦୁର୍ଯେ୍ୟଧନ ଭୋଇ ଏହି ବଣ୍ଟନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲୋ ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଅଶୋକ ପରିଡା, ବିଧାୟକ ପ୍ରତିନିଧି ହରବିଳାସ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ । ଆଇଟିଡିଏ, ମାଲକାନଗିରିର ପ୍ରକଳ୍ପ ପରିଚାଳକ ବିଶ୍ୱନାଥ ମିଶ୍ର ଅତିଥି ମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ବିଷୟରେ ଆଲୋକପାତ କରିଥିଲେ । ବିଶ୍ୱନାଥ ଖିଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲୋ ବ୍ଲକ ଜୀବିକା ବିଶେଷଜ୍ଞ ଦେବବ୍ରତ ସରକାର ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲୋ ଓଡିଶା କୃଷି ଶିଳ୍ପ ନିଗମ ମାଲକାନଗିରିର ଜିଲ୍ଲା ପରିଚାଳକ ସାନ୍ତନୁ କୁମାର ସାମଲ ପାଣିପମ୍ପର ବ୍ୟବହାର ବିଷୟରେ ବୈଷୟିକ ଜ୍ଞାନ ପ୍ରଦାନ କରିଥଇଲୋ ସରକାରଙ୍କ ଏହିଭଳି ସହାୟତା ପାଇଁ ସମସ୍ତ ହିତାଧିକାରୀ ସାଧୁବାଦ ଜଣାଇଥିଲେ ।