ଆତ୍ମସୁରକ୍ଷା ଶିବିର ଉଦ୍ୟାପିତ
ଆସିକା: ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଆଠ ଦିନିଆ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ୟାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀ ମାନେ ସାମିଲ ହୋଇଛନ୍ତି । ଆଠ ଦିନ ଧରି ଚାଲିଥିବା ଏହି ଆତ୍ମ ସୁରକ୍ଷା ଶିବିରରେ କଲେଜର ଅଧ୍ୟାପିକା ଡ଼ଃ ସୁପ୍ରିୟା ଦାଶଙ୍କ ସଂଯୋଜନାରେ ମହିଳା କଲେଜର ଅଧକ୍ଷ ଡ଼ଃ ସରୋଜ କୁମାର ଜେନା,ଟାଇକୋଣ୍ଡା ଆସୋସିଏସନର ମୁଖ୍ୟ ସତ୍ୟ ନାରାୟଣ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବାଳିକା ମାନେ ଆତ୍ମସୁରକ୍ଷା ପ୍ରଶିକ୍ଷଣ ନେବା ଦ୍ୱାରା ନିଜେ ନିଜର ଶାରୀରିକ, ମାନସିକ, ସାମାଜିକ ଏବଂ ଯୌନ ଗତ ହିଂସାରୁ ମୁକ୍ତି ପାଇବା ସହ ଅନ୍ୟମାନଙ୍କୁ ଅସହାୟରେ ସାହାଯ୍ୟ ହୋଇ ପାରିବ ବୋଲି ଅତିଥି ମାନେ ମତ ରଖିଥିଲେ । ଏଥି ସହିତ ଛାତ୍ରୀମାନଙ୍କ ପାଖରେ ଥିବା ଅନ୍ତର୍ନିହିତ ଶକ୍ତି ପ୍ରୟୋଗ କରି ଦିଗ ବିଜୟୀ ହେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟ ଅତିଥି ମଧ୍ୟରେ ଓଁ ନାରାୟଣ,ପ୍ରଶିକ୍ଷକ ସଂଗୀତା ସ୍ୱାଇଁ, ସଂଗୀତା ନାହାକ ଓ ଲିଜା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଡ଼ଃ ଉର୍ମିଳା ମୁଦୁଲି,ଡ଼ଃ ଯଶଶ୍ରୀ ମଲ୍ଲିକ, ଗୋପୀନାଥ କର, ପ୍ରମୋଦ କୁମାର ତିଆଡ଼ି,ବି. ପାଣ୍ଡବ ରେଡି, କ୍ରିଷ୍ଣା ପାତ୍ର, ପୁର୍ଣବାସୀ ବେହେରା, ଜଗନ୍ନାଥ ସାସମଲ, ପ୍ରମୁଖ ଅଧ୍ୟାପିକା, ଅଧ୍ୟାପକ ସହଯୋଗ କରିଥିଲେ । ଆୟୋଜିତ ଆଠ ଦିନ ପ୍ରଶିକ୍ଷଣ ମଧ୍ୟରେ ଛାତ୍ରୀ ମାନେ ନିଜ ନିଜର ବିପଦ ସ୍ତିସ୍ଥିକୁ ପୁରୁଷମାନଙ୍କ ଆଗରେ ସାମ୍ନା କରିବା ସକାଶେ ବିଭିନ୍ନ କୌଶଳ ଗୁଡିକ ଶିକ୍ଷା ଦାନ ଦିଆଯାଉଥିଲା ।