ଶିବ ମନ୍ଦିରରୁ ଚୋରି 

ସିଂହପୁର : ସିଂହପୁର ବଜାର ଶିବ ମନ୍ଦିରରୁ ଦୁର୍ବୃତ ମାଇକ୍ ମେସିନ ଚୋରି କରିନେଇଛନ୍ତି । ବିଞ୍ଝାରପୁର ଥାନା ଅଂଚଳର ପ୍ରମୁଖ ବ୍ୟବସାୟୀ କେନ୍ଦ୍ର ହୋଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ରାତ୍ରି ପାଟ୍ରୋଲିଂ କଢ଼ା କଢି ଭାବେ କରାଯାଉନଥିବାରୁ ଚୋରି ବୃଦ୍ଧି ପାଉଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି । ମନ୍ଦିର ମେସିନ ଚୋରି ଅନୁସନ୍ଧାନ କରି ଏହାକୁ ଠାବ କରିବାକୁ ବ୍ୟବସାୟୀ ଦାବି କରିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ମେସିନ ଚୋରି ସଂପର୍କରେ ଥାନାରେ ଅଭିଯୋଗ ହୋଇନାହିଁ ।