ଶିରିଗିଡା ଗ୍ରାମରେ ବ୍ୟାପିଲା ଝାଡାବାନ୍ତି :୧୦ପରିବାରରୁ ୩୦ଜଣ ଆକ୍ରାନ୍ତ
ତାଳଚେର: ତାଳଚେର ବ୍ଳକ ଅନ୍ତର୍ଗତ ଶିରିଗିଡା ଗ୍ରାମର ପ୍ରାୟ ୧୦ଟି ପରିବାରରୁ ୩୦ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଘଟଣା ସେହି ଅଞ୍ଚଳବାସିଙ୍କୁ ଭୟଭିତ କରିଛିି । ସେଥିମଧ୍ୟରୁ କିଛି ଆକ୍ରାନ୍ତଙ୍କୁ ଗୋଡିବନ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆଉ କେତକଙ୍କୁ ତାଳଚେର ସରକାରୀ ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିସôା ଜାରି ରହିଥିବା ବେଳେ ଗାଁରେ ୪ଜଣିଆ ଡାକ୍ତରଦଳ ଓ ଜନସ୍ୱାସ୍ଥ୍ୟବିଭାଗ ଅଧିକାରୀ ସେଠାରେ ପଂହଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପାଣି ନମୁନା ସଂଗ୍ରହ କରିବା ସହ ଗାଁରେ ଥିବା ଆକ୍ରାନ୍ତଙ୍କୁ ଚିକିସôା ପ୍ରଦାନ କରିଥିବା ଜଣାପଡିଛି । ଏହିଖବର ପାଇ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସେଠାରେ ପହଞ୍ଚô ସ୍ଥିତି ପରିିଖିବା ସହ ଉତ୍ତମ ଚିକିସôା ଯୋଗାଇ ଦେବାନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ସମ୍ଭବତଃ କୂଅ ଓ ନଦୀରୁ ଯୋଗାଣ ହେଉଥିବା ପାଣି ଦୂଷିତ ହେଉଥିବା ଯୋଗୁଁ ଏହି ଘଟଣା ଘଟିଥିବା କୁହାଯାଉଛି । ଯଦି ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରାନଯାଏ ତେବେ ବ୍ୟାପିବାର ଆଶଙ୍କାକୁ କଦାପି ଏଡାଇ ଦିଆଯାଇନପାରେ । ତେବେ କେଉଁ କାରଣରୁ ଏହି ଝାଡାବାନ୍ତି ହେଲା ତାହା ବର୍ତ୍ତମାନ ଅସ୍ପଷ୍ଟ ।