ଶିଳ୍ପୋଦ୍ୟୋଗୀଙ୍କୁ ଭେଟିଲେ ମୋହନ

ଶିଳ୍ପୋଦ୍ୟୋଗୀଙ୍କୁ ଭେଟିଲେ ମୋହନ

 ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଶିଷ୍ଟ ଶିଳ୍ପପତିଙ୍କୁ ଭେଟି ରାଜ୍ୟର ଶିଳ୍ପ ବିକାଶ ନେଇ ଆଲୋଚନା କରିଛନ୍ତି  । ବର୍ଷକ ମଧ୍ୟରେ ରାଜ୍ୟରେ ଶିଳ୍ପ ବିକାଶ, ନିବେଶ ଅନୁମୋଦନ, ନିଯୁକ୍ତି ସମ୍ଭାବନା ଓ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ଆଦି ସଂକ୍ରାନ୍ତରେ ଆଲୋଚନା ହୋଇଛି  । ଗତ ବର୍ଷକ ମଧ୍ୟରେ ରାଜ୍ୟରେ ସାଢ଼େ ୪ ଲକ୍ଷ କୋଟିର ନିବେଶକୁ ଅନୁମୋଦନ କରାଯାଇଛି  । ସେହିପରି ଏହି ୨୦୬ ପ୍ରକଳ୍ପରେ ପ୍ରାୟ ୨.୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ  । ଉକôର୍ଷ ଓଡ଼ିଶା ପରେ ରାଜ୍ୟ ସରକାର ୧.୭୮ ଲକ୍ଷ କୋଟିର ୫୬ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି  । ଯାହାଦ୍ୱାରା ୧.୧ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିଛି ବୋଲି ତଥ୍ୟ ପ୍ରଦାନ କରାଯାଇଛି  ।
ଆଲୋଚନା ଅବକାଶରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିଥିବା ଓ ଆଗ୍ରହୀ ଶିଳ୍ପପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି  । ଓଡ଼ିଶାକୁ ଏକ ଶିଳ୍ପ ଶକ୍ତିକେନ୍ଦ୍ରରେ ପରିଣତ କରିବା ପାଇଁ ସେ ନିବେଶକଙ୍କ ସହଯୋଗ ଲୋଡ଼ିଛନ୍ତି  । ସେ କହିଥିଲେଯେ, ବର୍ଷକ ତଳେ ଲୋକମାନେ ତାଙ୍କ ସରକାର ଉପରେ ଆସ୍ଥା ରଖିଥିଲେ  । ବର୍ଷକ ମଧ୍ୟରେ ରାଜ୍ୟ ଶିଳ୍ପ କ୍ଷେତ୍ରରେ ଅନେକ ପ୍ରଗତି ହାସଲ କରିଛି  । ଉକôର୍ଷ ଓଡ଼ିଶା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ନିବେଶକଙ୍କ ଆସ୍ଥା ବୃଦ୍ଧି କରିଛି  । ଏହି ଅବସରରେ ୧୫୦ ଏମଓୟୁ ସ୍ୱାକ୍ଷରିତ ହୋଇଥିବାବେଳେ ରାଜ୍ୟ ସରକାର ୧୬.୭ ଲକ୍ଷ କୋଟିର ନିବେଶ ପ୍ରସ୍ତାବ ପାଇଛି  । ଯାହାଦ୍ୱାରା ପ୍ରାୟ ୧୨.୯ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ  । ଗତ ବର୍ଷକ ମଧ୍ୟରେ ୨୦୬ ବଡ଼ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି  । ଏଥିରେ ସାଢ଼େ ୪ ଲକ୍ଷ କୋଟି ନିବେଶ ହେବାର ଥିବାବେଳେ ୨.୯ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ  । ଉକôର୍ଷ ଓଡ଼ିଶା ପରେ ୫୬ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବା ସହ ୧.୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି  । ଆଗାମୀ ୪ ବର୍ଷରେ ୨୦୩୬ ସମୃଦ୍ଧ ଓଡ଼ିଶା ପାଇଁ ଏକ ସଶକ୍ତ ମୂଳଦୁଆ ପଡ଼ିବ  । ଆଇଓସିଏଲ, ଜେଏସଡବ୍ଳୁ୍ୟ, ଜେଏସପିଏଲ, ଟାଟା ଷ୍ଟିଲ, ଏଏମଏନଏସ, ବେଦାନ୍ତ, ହିଣ୍ଡାଲକୋ ଓ ଆଦାନୀଙ୍କ ଭଳି କମ୍ପାନୀର ସହଯୋଗ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି  ।  ଏହି ଅବସରରେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉନ୍ନୟନ କମିଶନର ଅନୁ ଗର୍ଗ, ଶିଳ୍ପ ବିଭାଗର ଏସିଏସ ହେମନ୍ତ ଶର୍ମା, ଶିଳ୍ପ ନିଦେ୍ର୍ଦଶକ ପ୍ରଶାନ୍ତ କୁମାର ରେଡ୍ଡ୍ୀ ପ୍ରମୁଖ ଉପସ୍ଥିତ ଥିଲେ  ।