ଶିଶୁକନ୍ୟା କୁକର୍ମକାରୀ କୋର୍ଟ ଚାଲାଣ

 ସୁକିନ୍ଦା : ଏହି ଥାନା ଅଞ୍ଚଳର ଜନୈକା ଶିଶୁ କନ୍ୟାକୁ ଅସଦାଚରଣ ଅଭିଯୋଗରେ ପୁଲିସ କନ୍ତିରା ଗ୍ରାମର ଆକାଶ ମଲିକ(୨୫)କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । ଏସଆଇ କଳ୍ପଲତା ପ୍ରଧାନଙ୍କ ସୁଚନା ମୁତାବକ କନ୍ତିରା ଗ୍ରାମର କନ୍ଦିଆ ମଲିକଙ୍କ ପୁଅ ଆକାଶ ନିସ୍ପାପ ଶିଶୁ କନ୍ୟାକୁ ଏକା ପାଇ ଅସଦାଚରଣ କରିଥିଲା । ଶିଶୁ କନ୍ୟାର ପରିବାର ପକ୍ଷରୁ  ଥାନାରେ ଲିଖିତ ଅଭିଯୋଗ ହୋଇଥଲା । ସୁକିନ୍ଦା ପୁଲିସ ଲିଖିତ ଅଭିଯୋଗକୁ ଭିତିକରି୧୨୭/୨୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଆକାଶକୁ ଗିରଫ କରି ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତର ଜାମିନ ଆବେଦନ ଖାରଜ ହୋଇଯିବାରୁ ଜେଲ ହାଜତକୁ ପଠାଯାଇଛି ।