ଶିଶୁଙ୍କ ଭବିଷ୍ୟତ ପାଇଁ ପରାମର୍ଶ ସଭା

 ଭଦ୍ରକ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଭଦ୍ରକ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ମିଶନ ବାତ୍ସଲ୍ୟ ପୃଷ୍ଠପୋଷକତା ଯୋଜନାରେ ହିତାଧିକାରୀ ଶିଶୁଙ୍କ ନିମନ୍ତେ ଉଚିତ୍ ଶିକ୍ଷା ଓ ସହାୟତା ରାଶିର ବିନିଯୋଗ ସମ୍ବନ୍ଧୀୟ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଜିଲ୍ଲା କର୍ମନିୟୋଜନ ଅଧିକାରିଣୀ ଅନିତା ନାୟକ ଯୋଗଦାନ କରିଥିଲେ । ଶିଶୁ ସୁରକ୍ଷା ଶାଖାର ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସଙ୍କ ସଂଯୋଜନା ସଭାରେ ଅଣ ଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ ପ୍ରାରମ୍ଭିକ ସୂଚନା ଓ ଅଭିଭାଷଣରେରେ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପୃଷ୍ଟି ସାଧନ ନିମନ୍ତେ ପରିବାରରେ ରହୁଥିବା ପିତୃମାତୃହୀନ ଶିଶୁ ବା ଅବହେଳିତ, ଅସୁରକ୍ଷିତ ଓ ଆର୍ଥିକ ଅନଗ୍ରସରରେ ଥିବା ୮୪ ଶିଶୁଙ୍କୁ  ମିଶନ ବାତ୍ସଲ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରି ପୃଷ୍ଠପୋଷକତା ସହାୟତା ରାଶି ୟୁନିଟ ପକ୍ଷରୁ ଯୋଗାଇ ଦିଆଯାଉଛି । ଶିଶୁଙ୍କୁ ପରବର୍ତ୍ତୀ ଯନô ନିମନ୍ତେ ଶିକ୍ଷା, ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ଆତ୍ମନିର୍ଭରଶୀଳ ଓ ସ୍ୱରୋଜଗାର କ୍ଷମ ହୋଇପାରିବେ ବୋଲି ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ବାରିକ ଉଲ୍ଲେଖ କରିଥିଲେ । ଜିଲ୍ଲା କର୍ମନିୟୋଜନ ଅଧିକାରିଣୀ ଅନିତା ନାୟକ ହିତାଧିକାରୀ ଶିଶୁଙ୍କ ନିମନ୍ତେ ବିଭିନ୍ନ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ସମ୍ବନ୍ଧରେ ଦର୍ଶାଇ ଥିଲେ । ପ୍ରତ୍ୟେକ ଶିଶୁ ଓ ଅଭିଭାବକ ସରକାରଙ୍କ ଯୋଜନାକୁ ଫଳପ୍ରଦ କରିବା ସହ ଶିଶୁ ମାନଙ୍କ ଭବିଷ୍ୟତ ଉଜ୍ଜଳ ମୟ କରିବା ପାଇଁ ଶିଶୁ ସୁରକ୍ଷା ବିଭାଗ ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ପରାମର୍ଶ ଦେଇଥିେ । ଆସିୟାନାର ସଂଯୋଜକ ରିୟାଜ ଅହମଦ, ଚାଇଲ୍ଡ ଲାଇନର ନବୀନ ଚନ୍ଦ୍ର ବେହେରା, ଚନ୍ଦ୍ରକାନ୍ତ ଗୋଚ୍ଛାାୟତ, ଲକ୍ଷ୍ମଣ ଜେନା, ଲକ୍ଷ୍ମୀକାନ୍ତ ସେଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିଶୁ ସୁରକ୍ଷା ୟୁନିଟ ସୁରକ୍ଷା ଅଧିକାରିଣୀ ସ୍ୱାଗତିକା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।