ଜିସ୍ କଲେଜରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

ବରୀ : ବରୀ ବ୍ଲକର ସର୍ବପୁରାତନ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ "ଅର୍ଥନୈତିକ ଗଣତନ୍ତ୍ର, ସାମାଜିକ ପରିବର୍ତ୍ତନର ଏକ ନୂତନ ଧାରଣା’ ଶୀର୍ଷକ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ସମାଜର ବର୍ତ୍ତମାନର ବାସ୍ତବ ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ସମାଜ କିପରି ପୁଞ୍ଜିବାଦୀ ବ୍ୟବସ୍ଥା ଦ୍ୱାରା ପରିପୁଷ୍ଟ ଖରାପ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇ ଏହାର ମୂଳ ମହାନ୍ ସଂସ୍କୃତିରୁ ଦୂରେଇ ଯାଉଛି । ଏହାର କୁପ୍ରଭାବରୁ ସମାଜର ନୂତନ ପିଢୀ ଛାତ୍ର ଓ ଯୁବ ଗୋଷ୍ଠୀ ମୁକ୍ତ ରହିବା ପାଇଁ ସର୍ବଦା ସତର୍କ ଓ ସଞ୍ଜମତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବକ୍ତା, ସହ-ଆୟୋଜକ ଇଞ୍ଜିନିୟର କାହ୍ନୁ ଚରଣ ବେହୁରା ରାଜନୈତିକ ଗଣତନ୍ତ୍ରର ତ୍ରୁଟିବିଚୁ୍ୟତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ସେ ଛାତ୍ର ଏବଂ ଯୁବପିଢ଼ିଙ୍କ ବେକାରୀ ସମସ୍ୟା ପାଇଁ ବର୍ତ୍ତମାନର ପ୍ରଚଳିତ ସାମାଜିକ-ଅର୍ଥନୈତିକ ବ୍ୟବସ୍ଥାକୁ ଦାୟୀ କରିବା ସହିତ ଶହେ ପ୍ରତିଶତ ନିଯୁକ୍ତି ଏବଂ ସାମାଜିକ ପ୍ରଗତି ପାଇଁ ପ୍ରାଉଟ୍ ଦର୍ଶନର ଅର୍ଥନୈତିକ ଗଣତନ୍ତ୍ରର ପ୍ରାସଙ୍ଗିକତା କୁ ଦୃଢ଼ ଭାବରେ ଉପସ୍ଥାପନ କରିଥିଲେ । ଆଜିର କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଥିଲେ ଭାରତ ର ବିଶିଷ୍ଟ ସମାଜ ଚିନ୍ତକ, ଅର୍ଥନୀତି ବିଶ୍ଲେଶକ ତଥା ଡେନମାର୍କ କୋପେନହେଗେନ ସ୍ଥିତ ପ୍ରାଉଟିଷ୍ଟ ୟୁନିଭର୍ସାଲର ଗ୍ଲୋବାଲ ଆଡଭାଇଜରୀ କମିଟିର ସଦସ୍ୟ ରାଜେଶ ସିଂହ । ସେ ରାଜନୈତିକ ଗଣତନ୍ତ୍ର ଏବଂ ଅର୍ଥନୈତିକ ଗଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ ବ୍ୟାଖ୍ୟା କରିଥିଲେ ଏବଂ ପରିସଂଖ୍ୟାନ ମାଧ୍ୟମରେ ବର୍ତ୍ତମାନ ବ୍ୟବସ୍ଥାର ବିଫଳତାକୁ ଆଲୋକପାତ କରିବା ସହିତ ପ୍ରଭାତ ରଞ୍ଜନ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସାମାଜିକ-ଅର୍ଥନୈତିକ ଦର୍ଶନ "ପ୍ରଗତିଶୀଳ ଉପଯୋଗ ତତ୍ତ୍ୱ’ ଅର୍ଥାତ୍ ଅର୍ଥନୈତିକ ଗଣତନ୍ତ୍ର ବ୍ୟବସ୍ଥାକୁ ତୁରନ୍ତ ଗ୍ରହଣ କରିବା ପାଇଁ ଦୃଢ ମତ ପୋଷଣ କରିଥିଲେ । ଶିକ୍ଷାବିତ୍ ଏବଂ ସମାଜସେବୀ କୁଳମଣି ଶୁକ୍ଳ ଅର୍ଥନୈତିକ ଗଣତନ୍ତ୍ରର ଧାରଣା ସହିତ ତାଙ୍କର ସମ୍ପୂର୍ଣ୍ଣ ସହମତ ପ୍ରକାଶ କରି, ସେ କେବଳ ଏହାର ଶୀଘ୍ର କାର୍ଯ୍ୟକାରୀତା ପାଇଁ ଦୃଢ଼ ଦାବି କରିନଥିଲେ ବରଂ ଯୁବପିଢ଼ିଙ୍କୁ ଅର୍ଥନୈତିକ ଗଣତନ୍ତ୍ରର ଏହି ଆନ୍ଦୋଳନରେ ଯୋଗଦେଇ ବ୍ୟାପକ କରାଇବାକୁ ଆହ୍ୱାନ କରିଥିଲେ । ଅଧ୍ୟାପକ ମିଲନ କୁମାର ସେଠୀ  କରିଥିଲେ ଏବଂ ଅଧ୍ୟାପକ କୁଳମଣି ସାହୁ ଧନ୍ୟବାଦ ଅର୍ପଣ କରିଥଲେ । ସେମିନାର ର ସଫଳ ପରିଚାଳନାରେ ପ୍ରମୁଖ ସହଯୋଗୀ ଭାବେ ଯୁବ ସାମାଜିକ କର୍ମୀ ସର୍ବଶ୍ରୀ କେଶର କଳ୍ପବୃକ୍ଷ, ସରୋଜ ମହାପାତ୍ର, ବନ୍ଦିତା ଦାସ ,ତାରାକାନ୍ତ ଆଚାର୍ଯ୍ୟ, ପ୍ରଶାନ୍ତ ପଢ଼ିହାରି, ଅରକ୍ଷିତ ମଲ୍ଲିକ, ମୋହନ ଜେନା, ତିଳୋତ୍ତମା ସେଠୀ, ଜୟରାମ ନାୟକ, ପ୍ରଶାନ୍ତ ବେହୁରା, ସୁଧୀର ବିଶ୍ୱାଳ ଏବଂ ସଂଜୟରାଜ୍ ମହାପାତ୍ର ଉପସ୍ଥିତ ଥିଲେ । ଅଧ୍ୟାପକ ସୁଦୀପ୍ତ ବିଶ୍ୱାଳଙ୍କ ସକ୍ରିୟ ସହଯୋଗ କରିଥିଲେ ।