ଶୀତଳଷଷ୍ଠୀ ପର୍ବ ପାଳିତ

 ପୁରୀ : ବୀର ହରେକୃଷ୍ଣପୁର ଶାସନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ଶୀତଳ ଷଷ୍ଠୀ ପର୍ବ । ଶିବ ପାର୍ବତୀ ବିବାହ ପରେ ରବିବାର ରାତିରେ ଦେବଦମ୍ପତ୍ତି ଗ୍ରାମରେ  ବୁଲିଥିଲେ । ଏହି ଉପଲକ୍ଷେ ବୀର ହରେକୃଷ୍ଣପୁର ଗ୍ରାମରେ ଉସôବ ମୁଖର ପରିବେଶ ସୃଷ୍ଟି ହେବା ସହ ଉଜ୍ଜ୍ୱଳ ଆଲୋକରେ ଉଦ୍ଭାଷିତ ହୋଇଉଠିଥିଲା । ପରମ୍ପରାର ଅନୁଯାୟୀ ଗ୍ରାମେଶ୍ୱର ମହାଦେବ ପୁରୁଣା ଗ୍ରାମ ପାଶ୍ୱର୍ରୁ ବାହାରି ବାଲୁଙ୍କେଶ୍ୱର ମନ୍ଦିରକୁ ଆସିଥିଲେ । ଘଣ୍ଟ, ମର୍ଦ୍ଦଳ ଧ୍ୱନିରେ ମୁଖରିତ ହୋଇଉଠିଥିଲା ଗାଁ ଦାଣ୍ଡ । ଗ୍ରାମେଶ୍ୱର ବାଲୁଙ୍କେଶ୍ୱର ମନ୍ଦିରରେ ପହଞ୍ଚôବା ପରେ ସେଠାରୁ ଉଭୟ ମହାଦେବ ଦେବୀ ପାର୍ବତୀଙ୍କ ସହ ଦ୍ୱିତୀୟ ଖଣ୍ଡିରୁ ବାହାରି ଥିଲେ । ଅନ୍ୟ ପକ୍ଷରେ ପ୍ରଥମ ଖଣ୍ଡିରୁ ବିଜେ କରିଥିଲେ ଶ୍ରୀ ଲୋକନାଥ ଓ ଦେବୀ ପାର୍ବତୀ । ଗୁଆଲି କରି ଗାଁ ମଝିକୁ ଆସିବା ବେଳେ ପ୍ରତ୍ୟେକ ଦ୍ୱାରରେ ଦେବଦମ୍ପତ୍ତିଙ୍କୁ ପନ୍ତି ଭୋଗ ଅର୍ପଣ କରାଯାଇଥିଲା । ଗ୍ରାମେଶ୍ୱର, ବାଲୁଙ୍କେଶ୍ୱର ଓ ଶ୍ରୀ ଲୋକନାଥ ଗାଁ ମଝିରେ ବିଜେ କରିବା ପରେ ଶହଶହ ଗ୍ରାମବାସୀ ଦେବ ଦମ୍ପତ୍ତିଙ୍କୁଦର୍ଶନ କରିଥିଲେ । ଏହି ଅବସରରେ ଦିଅଁମାନଙ୍କୁ ସ୍ୱତନ୍ତ୍ର ପଣା ଭୋଗ ସମର୍ପିତ ହୋଇଥିଲା । ଗାଁ ମଝିରେ କିଛି ସମୟ ବିଜେ କରିବା ପରେ ନିଜ ନିଜ ମନ୍ଦିରକୁ ଫେରିଥିଲେ ।