ଶେଷ ଓଭର୍ରେ ଗେମ୍ ଚେଞ୍ଜ୍ କଲା ଲକ୍ଷ୍ନୌ : ଜିତୁ ଜିତୁ ହାରିଲା କେକେଆର୍

 ନୂଆଦିଲ୍ଲୀ : ଜିତୁ ଜିତୁ ହାରିଲା କୋଲକାତା । ୪ ରନ୍ରେ ଦଳ ପରାଜୟ ହେଲା । ଶେଷ ଓଭରରେ ଗେମ୍ ଚେଞ୍ଜ କରିଦେଲା ଲକ୍ଷ୍ନୌ । ଆଜି ଇଡେନ୍ ଗାର୍ଡେନରେ ୨୧ତମ ମ୍ୟାଚ୍ କଲକାତା ନାଇଟ୍ ରାଇଡର୍ସ ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୩୮ ରନର ବିଶାଳ ସ୍କୋର କରିଥିଲା । ଜବାବରେ କେକେଆର ମାତ୍ର ୧୩ ଓଭରରେ ୧୬୨ ରନ କରିଥିଲେ ସୁଦ୍ଧା ଏହା ପରେ ମଧ୍ୟ ଦଳକୁ ଚାରି ରନ୍ରେ ପରାଜୟର ସାମ୍ନା କରିବାକୁ ପଡିଲା । କୋଲକାତା ମାତ୍ର ୨୩୪ ରନ୍ରେ ଅଟକିଯାଇଥିଲା । ଅଜିଙ୍କ୍ୟ ରାହାଣେ ୩୫ ବଲ୍ରେ ୬୧ ରନ୍, ଭେଙ୍କଟେଶ ଆୟର ୨୯ ବଲ୍ରେ ୪୫ ରନ୍ ଏବଂ ରିଙ୍କୁ ସିଂହ ୧୫ ବଲ୍ରେ ଅପରାଜିତ ୩୮ ରନ୍ କରିଥିଲେ । ହେଲେ ପରାଜୟକୁ ଅଟକାଇ ପାରିନଥିଲେ । ଲକ୍ଷ୍ନୌ ପକ୍ଷରୁ ଆକାଶ ଦୀପ ଏବଂ ଶାର୍ଦ୍ଦୁଲ ଠାକୁର ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । 
କେକେଆର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାର ଘରୋଇ ସୁଯୋଗ ମଧ୍ୟ ଥିଲା କିନ୍ତୁ ଦଳକୁ ନିଜ ଘରେ ପରାଜୟର ସାମ୍ନା କରିବାକୁ ପଡିଲା । ୨୩୯ ରନର ବିଶାଳ ଟାର୍ଗେଟକୁ ପିଛା କରୁଥିବା କୋଲକାତାର ଆରମ୍ଭ ଖରାପ ହୋଇଥିଲା କାରଣ ଓପନର କ୍ୱିଣ୍ଟନ ଡି କକ୍ ମାତ୍ର ୧୫ ରନ କରି ଆଉଟ୍ ହୋଇଥିଲେ । ପରେ ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ସୁନୀଲ ନାରିନ ଏଲ୍ଏସ୍ଜି ବୋଲରମାନଙ୍କ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ । ଉଭୟଙ୍କ ମଧ୍ୟରେ ମାତ୍ର ୨୩ ବଲ୍ରେ ୫୪ ରନ୍ର ଭାଗୀଦାରି ହୋଇଥିଲା । ନାରିନ ୧୩ ବଲ୍ରେ ୩୦ ରନ୍ର ଏକ ଦ୍ରୁତ ଇନିଂସ ଖେଳି ଆଉଟ୍ ହୋଇଥିଲେ । ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ବ୍ୟାଟ୍ ମଧ୍ୟ ପ୍ରବଳ ପ୍ରଭାବ ପକାଇଥିଲା । ସେ ୩୫ ବଲ୍ରେ ୬୧ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭେଙ୍କଟେଶ ଆୟର ମଧ୍ୟ କେକେଆର୍ ପାଇଁ ବଡ଼ ସଟ୍ ମାରିଥିଲେ । କିନ୍ତୁ ୧୬ତମ ଓଭରରେ ୪୫ ରନ୍ କରି ସେ ଆଉଟ୍ ହୋଇଥିଲେ ।