ଶ୍ରବଣ ଯନ୍ତ୍ର ବଣ୍ଟନ
ଆସିକା : ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକରେ ଶ୍ରବଣ ଯନ୍ତ୍ର ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଦେ୍ର୍ଦଶ କ୍ରମେ ଆସିକା ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ଆସିକା ବ୍ଲକ୍ର ଏବିଡିଓ ପ୍ରିୟମ୍ବଦା କଁଅର, ଶ୍ରବଣ ବିଶେଷଜ୍ଞ ପ୍ରଶାନ୍ତ ନାୟକ ଓ ରବିନା କୁମାରୀ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପୂର୍ବରୁ ଅନ୍ ଲାଇନ୍ରେ ଆବେଦନ କରିଥିବା ଆସିକା, କବିସୂର୍ଯ୍ୟନଗର ଓ ବୁଗୁଡ଼ା ବ୍ଲକରୁ ମୋଟ ୨୧ ଜଣଙ୍କୁ ଶ୍ରବଣ ପରୀକ୍ଷା କରି ସେମାନଙ୍କ ଆବଶ୍ୟକ କାଗଜପତ୍ର ଯାଞ୍ଚ କରି ବିଶେଷଜ୍ଞଙ୍କ ଉପସ୍ଥିତରେ ଶ୍ରବଣ ଯନ୍ତ୍ର ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଦାୟିତ୍ୱରେ ଥିବା ବିଏସ୍ଏସ୍ଓ ରାଜଶ୍ରୀ ସାହୁ, ସଞ୍ଜୟ ବେହେରା ଓ ସୁଶାନ୍ତ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ ।