‘ଶ୍ରୀକୃଷ୍ଣ ଗୌଶାଲା’ ସ୍ଥାପନା ଦିବସରେ ଧର୍ମେନ୍ଦ୍ର

 ସମ୍ବଲପୁର: ସନାତନୀ ହିନ୍ଦୁ ସମାଜର ଆସ୍ଥାର ପ୍ରତୀକ ହେଉଛନ୍ତି ଗୋ ମାତା । ମାନବ ସମାଜକୁ ଗୋ ମାତାର ଅବଦାନ ଅନେକ । ଗୋ ମାତା ସୁଖ ଓ ସ୍ୱାସ୍ଥ୍ୟର ଆଧାର ବୋଲି ଜିଲ୍ଲା ପୋତାପାଲି ସ୍ଥିତ ‘ଶ୍ରୀକୃଷ୍ଣ ଗୌଶାଲା’ ଅନୁଷ୍ଠାନର ୧୨୫ତମ ସ୍ଥାପନା ଦିବସ ଅବସରରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏହି ଅବସରରେ ଶ୍ରୀକୃଷ୍ଣ ଗୌଶାଲା ପରିସରରେ ନୂଆ ପ୍ରକଳ୍ପ ନିର୍ମାଣ ପାଇଁ ଭୂମିପୂଜନ ସହ ଶ୍ରୀ ରାଧାକୃଷ୍ଣ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହୋଇଥିଲେ । ଆଜିର ଏହି ପବିତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗୋସେବା କରି ସୌଭାଗ୍ୟ ଲାଭ କରିଥିବା କହିଥିଲେ କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଗୋ-ମାତା ଆମ ପରିବାରର ସୁଖ ଓ ସମୃଦ୍ଧିର ଆଧାର । ଗୋସେବା କେବଳ ସାମାଜିକ ଏବଂ ଆଧ୍ୟାତ୍ମିକ ବିଷୟ ନୁହେଁ, ଏହା ଆର୍ଥିକ, ପରିବେଶ ସୁରକ୍ଷା, ସାଂସ୍କୃତିକ ବିଷୟ । ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସଂସ୍କାରରେ ଗୋ ସେବା ଏକ ମହତ୍ୱପୂର୍ଣ୍ଣ ତତ୍ତ୍ୱ ଥିଲା  । ଓଡ଼ିଶା ସାମାଜିକ ଜୀବନରେ ଗୋମାତା ପ୍ରତି ଅନନ୍ୟ ସମ୍ପର୍କ ରହିଛି । ଗୋ ସମ୍ପଦର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ  । ଆମ ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତି ମାଧ୍ୟମରେ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରାଯାଉଛି  । ଜାତୀୟ ଶିକ୍ଷା ନୀତି ଗୁଣାତ୍ମକ, ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଉତ୍ତରଦାୟୀ, ଭଳି ୫ଟି ସ୍ତମ୍ଭ ଉପରେ ପ୍ରସ୍ତୁତ ହୋଇଛି । ରାଜ୍ୟରେ ସ୍କୁଲରୁ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ୧ କୋଟି ଛାତ୍ରଛାତ୍ରୀ ଅଛନ୍ତି  । ଏହି ୧ କୋଟି ଛାତ୍ରଶକ୍ତିଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ଜାତୀୟ ଶିକ୍ଷା ନୀତିର ଉଦେ୍ଦଶ୍ୟ ରହିଛି ବୋଲି ସେ କହିଥିଲେ ।