ଶ୍ରୀରାଧା ମୋହନ ବିଦଗ୍ଧ ମହୋତ୍ସବ

 ବରୀ: କବି ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ଜନ୍ମପୀଠ ବରୀ ବ୍ଲକର ଅଭିମନୁ୍ୟ ବାଲିଆ ଠାରେ ଶ୍ରୀ ରାଧା ମୋହନ ବିଦଗ୍ଧ ମହୋତ୍ସବ ପୂଜ୍ୟପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ଶୁଭ ଆଗମନରେ ସମାପ୍ତି ଘଟିଛି  । ରାଧାମୋହନଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ନାମ ସଂକୀର୍ତ୍ତନ, ଘୃତଯଜ୍ଞ, ସହିତ ଶ୍ରୀ ରାଧା ମୋହନ ଓ ମହାପୁରୁଷ ବିଦଗ୍ଧ କବିଙ୍କ ସମାଧୀଙ୍କୁ  ଷୋଢଷ ଉପଚାର ସେବା ସମର୍ପଣ କରାଯାଇଥିଲା । ବାବା ବଳିଆଙ୍କୁ ବାଲିଆ ହାଟଚକସ୍ତିତ ମାଆ ଜାଗୁଲାଇ ମନ୍ଦିର ସନ୍ନିକଟରୁ ଏକ ବିଶାଳ ସଂକୀର୍ତ୍ତନ ଶୋଭା ଯାତ୍ରାରେ ବାଲିଆ ଉଆସ ପର୍ଯ୍ୟନ୍ତ ଅଣାଯାଇଥିଲା । ତେବେ ପଦ୍ମଶ୍ରୀ ବାବା ବିଦଗ୍ଧ ରାଧା ମୋହନ ତତ୍ୱର ବିଶଦ ବାଖ୍ୟା କରି ଉପସ୍ଥିତ ସଜ୍ଜନଙ୍କୁ ମନ୍ତ୍ରମୁଗ୍ଦ କରିଥିଲେ । ତେବେ କଳି ଯୁଗରେ ଓଡ଼ିଶାର ଜଣେ ଅନନ୍ୟ ସତୀ ନାରୀ ତଥା ବିଦଗ୍ଧ କବିଙ୍କ ପନôୀ ସତି ବିମଳାଙ୍କ ଉଦେ୍ଦଶ୍ୟରେ ଅଭିମନୁ୍ୟଙ୍କ ସମାଧୀ ପୀଠ ସନ୍ନିକଟରେ ଏକ ସତୀ ମନ୍ଦିର ନିର୍ମାଣ ପାଇଁ ବାବା ପ୍ରସ୍ତାବ ଦେଇଥିଲେ । କିାର୍ଯ୍ୟକ୍ରମକୁ ବିଦଗ୍ଧାର ନିଦେ୍ର୍ଦଶକ ଶରତ ଜେନା ସଂଚାଳନ କରିଥିବା ବେଳେ, ଅନନ୍ତ ବଳିଆ କନ୍ଷ୍ଟ୍ରକ୍ସନ ଆଣ୍ଡ ସପ୍ଲାୟରସ୍ ପକ୍ଷରୁ ସାମନ୍ତ ସିଂହାର ପରିବାରରୁ ଗତ ଏମ୍ବିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶୁଭ୍ର ସନ୍ତୋଷ ଜେନା ଓ ଶଭାରତ ଗୈାରବ ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ରାଧାମୋହନ ରାୟ, ଦିଲ୍ଲିପ କୁମାର ରାୟ, ବିଭୁତି ଭୂଷଣ ରାୟ, ସଂଗ୍ରାମ କୁମାର ରାୟ,ବସନ୍ତ କୁମାର ଜେନା, ଶୁଶ୍ରୀ ବିଜେତା ରାୟ, ବିଭୂତି ଭୂଷଣ ଜେନା ପ୍ରମୁଖ ପରିଚାଳନା କରିଥିଲେ ।