ଶ୍ରୀରାମ ନଗରରୁ ଏସବିଆଇ ଏଟିଏମ ତାଡି ଲୁଟ୍ ଘଟଣା
ଘଟଣାକୁ ପୁରିଛି ୮ ଦିନ - ଗ୍ୟାଙ୍ଗକୁ ଧରିବାରେ ଅସଫଳ ପୁଲିସ
ଭୁବନେଶ୍ୱର,୨୯ା୧: ଗତ ୨୩ ତାରିଖ ରାତିରେ ଲିଙ୍ଗରାଜ ଥାନା ଅଧିନ ସାମନ୍ତରାପୁର ସ୍ଥିତ ଶ୍ରୀରାମ ନଗର ଏସବିଆଇ ଏଟଏମ୍କୁ ତାଡି ଲୁଟ୍ ଘଟଣାକୁ ପୁରିଛି ୮ ଦିନ । ହେଲେ ଲୁଟେରାଙ୍କ ଖୋଜ ଖବର ପାଉନାହିଁ ପୁଲିସ । କିନ୍ତୁ ୨୪ ଘଣ୍ଟା ଭିତରେ ଅପରାଧୀଙ୍କୁ ଧରିବାକୁ ଗଠନ ହୋଇଥିଲା ସ୍ପେଶାଲ ଟିମ୍ ।
ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ତଥା ୨୩ ତାରିଖ ବିଳମ୍ବିତ ରାତିରେ ଲିଙ୍ଗରାଜ ଥାନା ଅଧିନ ସାମନ୍ତରାପୁର ଲେନ୍ -୧୦ ଶ୍ରୀରାମ ନଗର ସ୍ଥିତ ଏସବିଆଇ ଏଟିଏମ୍ ମେସିନକୁ ଫିଲ୍ମ ଷ୍ଟାଇଲରେ ତାଡି ନେଇ ଅଟୋରେ ଫେରାର ହୋଇଯାଇଥିଲେ ଲୁଟେରା । ପରଦିନ ତଥା ଗତ ୨୪ ତାରିଖ ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକେ ଦେଖି ଧଉଳି ଥାନା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଧଉଳି ଥାନା ପୁଲିସ, ଲିଙ୍ଗରାଜ ଥାନା ପୁଲିସ, ଜୋନ୍ ଏସିପି, ସାଇଣ୍ଟିଫିକ ଟିମ ଓ ସ୍ପେଶାଲ ସ୍କ୍ୱାଡ୍ ଟିମ ପହଞ୍ଚି ଛାନଭିନ କରିବା ସହ ଭଙ୍ଗା ଏଟିଏମ ମେସିନ ଓ ଡାଲା ଅଟୋକୁ ଜବତ କରିଥିଲେ । ହେଲେ ଘଟଣାକୁ ୮ ଦିନ ପୁରିଯାଇଥିଲେ ମଧ୍ୟ ଅପରାଧୀଙ୍କ ଖୋଳ ତାଳ ପାଉନାହିଁ କମିଶନରେଟ୍ ପୁଲିସ । ଖାଲି ଏଟିଏମ୍ ଲୁଟେରା ଗ୍ୟାଙ୍ଗ୍ ନୁହଁ ଏଭଳି ବହୁ ଅପରାଧୀକ ମାମଲାରେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ଆଜି ପର୍ଯ୍ୟନ୍ତ ଫେଲ ମାରିଛି । ଏହି ମଧ୍ୟରେ ୪ ଜଣ ଡ଼ିସିପି, ୩ ଜଣ ସିପି ଏବଂ ବହୁ ଥାନାର ଅଧିକାରୀ ମାନେ ବଦଳି ହୋଇସାରିଲେଣି । କିନ୍ତୁ ଅପରାଧୀକ ଫାଇଲ ଗୁଡ଼ିକ ଥାନାରେ ହିଁ ଚାପି ହୋଇ ରହିଯାଇଛି ।
ଅପରାଧ ଗୁଡ଼ିକ ମଧ୍ୟରେ ରହିଛି, ରସୁଲଗଡରେ ସହଦେବ ନାୟକ ମାମଲା ହଉ କି ରସୁଲଗଡ଼ କୋଚିଲେଇ ହାଟରେ ଦାଦାବଟିକୁ ନେଇ ଜଣେ ସମାଜସେବୀଙ୍କୁ ୨୦୨୦ ମସିହାରେ ବିଚ ବଜାରରେ ହତ୍ୟା କରାଯାଇଥିଲା, ସେହିପରି ଗତ ଡ଼ିସେମ୍ବର ମାସ ୨୩ ତାରିଖ ରାତିରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ପାଇକନଗର ପ୍ଲଟ ନଂ ୧୮୫/୫୨୩ ଘରର ଛାତପଟୁ ଘରେ ପଶି ଘର ଭିତରୁ ୨୦ ଭରିର ସୁନା ଅଳଙ୍କାର ଲୁଟ କରି ନେଇଯାଇଛନ୍ତି । ସେହିପରି ଲିଙ୍ଗିପୁର ଛକରୁ ଏଟିଏମ୍ ମେସିନ୍ ତାଡିନେଇ ମେସିନ ଭାଙ୍ଗି ୨୫ ଲକ୍ଷ ଲୁଟ୍ କରି ମେସିନକୁ ଗଙ୍ଗୁଆ ନାଳରେ ଫୋପାଡ଼ି ଦେଇଥିଲେ ଲୁଟେରା । ସମାନ ଢ଼ଙ୍ଗରେ ପୁଣି ଗତ ୨୩ ତାରିଖ ବିଳମ୍ବିତ ରାତିରେ ଲିଙ୍ଗରାଜ ଥାନା ଅଧିନ ସାମନ୍ତରାପୁର ଶ୍ରୀରାମ ନଗରରୁ ଏଟିଏମ୍ ମେସିନ୍ ତାଡି ନେଇ ସେଥିରୁ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଥିବା ବେଳେ, ଏଟିଏମ୍ ମେସିନକୁ ସେହି ଗଙ୍ଗୁଆ ନାଳରେ ଫୋପାଡ଼ି ଦେଇ ଫେରାର ହୋଇଯାଇଛନ୍ତି । ଯାହା ସନେ୍ଧହ କରାଯାଉଛି, ପୂର୍ବ ଘଟଣା ଓ ଏହି ଘଟଣାର ଲୁଟ୍ ତରିକା ସମାନ ରହିଛି । ପୁଣି ଏହି ଲୁଟେରା ଗ୍ୟାଙ୍ଗ୍ ସେହି ଘଟଣା ପରଠାରୁ ବାହାର ରାଜ୍ୟକୁ ଫେରାର ହୋଇଯାଇଥିବା ବେଳେ, ପୁଣି କିଛିମାସ ପରେ ପୁଣି ରାଜଧାନୀରେ ଡେରା ପକାଇଥିବା ଜଣାପଡ଼ୁଛି । ଏହି ଘଟଣା ପରେ ବୋଧେ ସେମାନେ ବାହାରକୁ ଫେରାର ହୋଇଯାଇଥିବା ସନେ୍ଧହ କରାଯାଉଛିି । କାରଣ ସମାନ ଢ଼ଙ୍ଗରେ ୨ଟି ଏଟିଏମ ଲୁଟ୍ ମାମଲାରେ ଅଭିଯୁକ୍ତ ମାନେ ଡାଲା ଅଟୋ ଚୋରି କରି ଏଟିଏମ୍ ମେସିନକୁ ତାଡ଼ି ନେଇ ସେହି ଗଙ୍ଗୁଆ ନାଳରେ ଫୋପାଡି ସେଠାରେ ଚୋରା ଅଟୋକୁ ଛାଡି ଅନ୍ୟ ଗାଡିରେ ଫେରାର ହୋଇଯାଇଛନ୍ତି । ଆଜି ପର୍ଯ୍ୟନ୍ତ ସେହି ଘଟଣାର ଅଭିଯୁକ୍ତଙ୍କୁ ପୁଲିସ ଧରିପାରିନାର୍ହି । ଏଭଳି ବହୁ ମାମଲାରେ ଜଡିତ ଥିବା ଅପରାଧୀଙ୍କୁ ମଧ୍ୟ ଧରିବାରେ ବିଫଳ ରହିଛି ପୁଲିସ । ଯାହାକୁ ନେଇ କମିଶନରେଟ ପୁଲିସର କାର୍ଯ୍ୟଶୈଳୀ ଉପରେ ଲୋକେ ଅଙ୍ଗୁଳି ନିଦେ୍ର୍ଦଶ କରିବା ଆରମ୍ଭ କଲେଣି ।