ଶ୍ରୀସୁବୁଦେ୍ଧଶ୍ୱର ସାହିତ୍ୟ ସଂସଦର ବୈଠକ
ବାଙ୍କୀ: ଡମପଡ଼ା ବ୍ଲକ ଅନ୍ତର୍ଗତ ବାଆଁରା ଗ୍ରାମର ଶ୍ରୀସୁବୁଦେ୍ଧଶ୍ୱର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ନିମନ୍ତେ ଏକ ବୈଠକ ପ୍ରଭୁ ଶ୍ରୀ ସୁବୁଦେ୍ଧଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଗୋ÷ରାଙ୍ଗ ଚରଣ ରାଉତ ସଭାପତିତ୍ୱ କରିବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ କବି କୋ÷ଶିକ ନାୟକ, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ପ୍ରଦୀପ କୁମାର ବେଉରା ଯୋଗଦାନ କରି ମତାମତ ପ୍ରକାଶ କରିଥିଲେ । କାର୍ଯର୍୍ୟକ୍ରମରେ ସଂଜୟ କୁମାର ରାଉତ, ସୁକାନ୍ତ ଦାସ, ପ୍ରତାପ ସିଂହ, ଦୀପକ ରାଉତ, ଡମ୍ବୁରଧର ସ୍ୱାଇଁ, ସଂଗ୍ରାମ ରାଉତ ଓ ରଂଜିତ୍ ପାଇକରାୟ ଯୋଗ ଦେଇଥିଲେ । ବାର୍ଷିକ ଉତ୍ସବ ଅବସରରେ ରାଜ୍ୟର ୧୦ଜଣ ସାରସ୍ୱତ ସାଧକମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସହ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା କରାଯାଇ ପୁରସ୍କାର ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଛି । ଏଥି ସହିତ ଅନୁଷ୍ଠାନର ବାର୍ଷିକ ମୁୁଖପତ୍ର ‘ଶ୍ରୀ ସୁବୁଦେ୍ଧଶ୍ୱର’ ପତ୍ରିକା ଲୋକାର୍ପଣ ହେବ ବୋଲି ସଂପାଦକ ଶ୍ରୀ ରାଉତ ପ୍ରକାଶ କରିଥିଲେ ।