ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଗୋଶାଳା  ଉଦ୍ଘାଟିତ

 ତାଳଚେର : ପୁରୀ ଗୋବର୍ଦ୍ଧନ ପୀଠାଧୀସ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ତାଳଚେର ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତାଳଚେର ବ୍ଲକ  ଘଣ୍ଟପଡା ପଂଚାୟତ ବାଘମରା ଠାରେ ଏକ ଗୋଶାଳା ଉଦଘାଟିତ ହୋଇଛି । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ  କରକମଳରେ ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା ଉଦଘାଟିତ ହୋଇଥିଲା । ଡ଼ ସଂଜୀବ ରାଉତଙ୍କ ଦ୍ୱାରା ନିର୍ମିତ ଉକ୍ତ ଗୋଶାଳାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଉଦଘାଟନ କରିଥିଲେ । ଏଥିରେ ଡ଼  ରାଉତଙ୍କ ସମେତ ତାଙ୍କର ଧର୍ମପନôୀ ପ୍ରତୀଚୀ ବିଶ୍ୱାଳ, ଆଦିତ୍ୟ ବାହିନୀର ରାଜ୍ୟ ସଭାପତି ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ସଂଯୋଜକ ପର୍ଶୁରାମ ବାରିକଙ୍କ ସମେତ ପୀଠର ବହୁ କର୍ମକର୍ତ୍ତାଙ୍କ ସହ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ  ।