ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ସ୍ୱାସ୍ଥ୍ୟ ଶିବିର

ବାରଙ୍ଗ : ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଶ୍ରୀ ଶ୍ରୀ ଆୟୂର୍ବେଦ ବିଜ୍ଞାନ ଓ ଗବେଷଣା ଚିକିତ୍ସାଳୟ ପକ୍ଷରୁ ଆର୍ବିଏଲ୍ ବ୍ୟାଙ୍କ ସହାୟତାରେ ଏକ ୬ ଦିନିଆ ସ୍ୱାସ୍ଥ୍ୟ ଶିବିର ଆୟୂର୍ବେଦ ଚିକିତ୍ସାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି  । ବ୍ୟାଙ୍କର କର୍ପୋରେଟ୍ ସାମାଜିକ ଦାୟିତ୍ୱ କାର୍ଯ୍ୟକଳାପ ‘ଧନ୍ୱନ୍ତରୀ’ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି  । ଏହାକୁ ବ୍ୟାଙ୍କ୍ର କ୍ଲଷ୍ଟର ମୁଖ୍ୟ ସନ୍ଦିପ ପାଲ୍, ଶାଖା ପ୍ରବନ୍ଧକ ଷ୍ଟାଲିନ୍ ବେହେରା ଓ କୁମାର ମହାନ୍ତିଙ୍କ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟର କାର୍ମିକ ନିଦେ୍ର୍ଦଶକ ସ୍ୱାମୀ ସତ୍ୟଚୈତନ୍ୟ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ  । ଏହି ଶିବିରରେ ସମ୍ପୂର୍ଣ୍ଣ ରକ୍ତପରୀକ୍ଷା, ରକ୍ତ ଶର୍କରା, କୋଲେଷ୍ଟ୍ରୋଲ୍, ଥାଇରଏଡ୍, ଭିଟାମିନ୍-ବି୧୨ ଓ ଡି୩ ସାଙ୍ଗକୁ ରକ୍ତଚାପ ପରୀକ୍ଷା କରାଯାଉଛି  । ଏଥିସହ ଚକ୍ଷୁ ପରୀକ୍ଷା କରାଯାଇ ବିନାମୂଲ୍ୟରେ ଚଷମା ମଧ୍ୟ ଉପଲବ୍ଧ କରାଯାଉଛି  । ଏହି ଶିବିର ଆସନ୍ତା ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ଆୟୂର୍ବେଦ ଚିକିତ୍ସାଳୟର ‘ବି’ ବ୍ଲକ ପରିସରରେ ଚାଲିବ  । ପ୍ରଥମ ଦିନରେ ବିଶ୍ୱବିଦ୍ୟାଳୟର ପ୍ରାୟ ଦୁଇଶହ କର୍ମଚାରୀ ଏଠାରେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ପ୍ରାୟ ୬୦ ଜଣଙ୍କୁ ରକ୍ଷୁ ପରୀକ୍ଷା କରି ଚଷମା ପ୍ରଦାନ କରାଯାଇଥିଲା ।