ଶ୍ରେଷ୍ଠ ଗ୍ରାମ୍ୟ ଜଳଯୋଗାଣ କମିଟି ସମ୍ମାନ ପାଇଁ ଉମରକୋଟ ମନୋନୀତ
ଉମରକୋଟ: ଶ୍ରେଷ୍ଠ ଗ୍ରାମ୍ୟ ଜଳଯୋଗାଣ କମିଟି ସମ୍ମାନ ପାଇଁ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ବୁର୍ଜା ଭିଡବ୍ଲୁଏସସି ମନୋନୀତ ହୋଇଛି । ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ବର୍ଷର ୩୦ ରାଜ୍ୟର ୨୦୦ ଶ୍ରେଷ୍ଠ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ କମିଟି ସଭାପତିଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରି ସମ୍ମାନିତ କରିବାକୁ କେନ୍ଦ୍ରୀୟ ଜଳଶକ୍ତି ମନ୍ତ୍ରାଳୟ ଓ ଜଳ ଜୀବନ ମିଶନ ପକ୍ଷରୁ ମନୋନୀତ କରାଯାଇଛି । ଉକ୍ତ ତାଲିକାରେ ଆମ ରାଜ୍ୟର ୧୨ ଗୋଟି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ କମିଟି (ଭିଡବ୍ଲୁ୍ୟଏସସି)ଙ୍କୁ ସମ୍ମାନିତ ପାଇଁ ମନୋନୀତ କରାଯାଇଛି । ଉକ୍ତ ତାଲିକାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବୁର୍ଜା ସଦର ମହକୁମା ଜଳ ଯୋଗାଣ କମିଟି ସ୍ଥାନ ପାଇଥିବାରୁ ଉମରକୋଟ ବ୍ଲକ ଅଂଚଳ ରେ ଖୁସିର ଲହରୀ ଖେଳିଯାଇଛି । ଏଥି ନିମନ୍ତେ ବୁର୍ଜା ଭିଡବ୍ଲୁ୍ୟଏସସି ସଭାପତି ରାମକୃଷ୍ଣ ଗଣ୍ଡ ଦିଲ୍ଲୀ ଗସ୍ତ କରିଛନ୍ତି । ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ଶରତ ବେହେରାଙ୍କ ସୂଚନା ମୁତାବକ କେନ୍ଦ୍ରୀୟ ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ରାଜ୍ୟର ୯ ଗୋଟି ଜିଲ୍ଲାର ଉମରକୋଟ ବ୍ଲକରରେ ୧୮ରୁ ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମବାସୀଙ୍କୁ ସ୍ୱଜଳ ଯୋଗାଣ ବ୍ୟବସ୍ଥା କରିଥିବା ୧୦୬ ଗୋଟି ଭିଡବ୍ଲୁ୍ୟଏସସି କମିଟି ସରକାରଙ୍କ ହର ଘର ଜଲ ଯୋଜନାର ସଠିକ ରୂପାୟନ କରିଥିବାରୁ ସେହି କମିଟି ସଭାପତିଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ସମ୍ମାନିତ କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ ର୍ନିେଦ୍ଦଶ ମିଳିଛି । ଯାହା ନବରଙ୍ଗପୁର ଜିଲ୍ଲା ସମେତ ଉମରକୋଟ ବ୍ଲକ ତଥା ବୁର୍ଜା ପଞ୍ଚାୟତବାସୀଙ୍କ ଗୌରବର ବିଷୟ ବୋଲି ସେ କହିଛନ୍ତି ।