ଶ୍ରେୟାଂଶୁ ଜାତୀୟ ସ୍କୁଲ କ୍ରିକେଟ ପାଇଁ ମନୋନୀତ
ଭଦ୍ରକ: ନିକଟରେ ଅନୁଷ୍ଠିତ ହୋଇଯାଇଥିବା ମଣ୍ଡଳସ୍ତରୀୟ ସିବିଏସ୍ଇ କ୍ରିକେଟ୍ ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଲାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ତଥା ଏସ.ବି.ଡ଼ି. ଇଣ୍ଟରନ୍ୟାସନାଲ୍ ସ୍କୁଲର +୨ ପ୍ରଥମ ବର୍ଷ ବାଣିଜ୍ୟ ଛାତ୍ର ଶ୍ରେୟାଂଶୁ ଶେଖର ପାତ୍ର ଜାତୀୟ ସ୍ତରୀୟ ସ୍କୁଲ କ୍ରିକେଟ୍ ପାଇଁ ମନୋନୀତ ହୋଇଛନ୍ତି । ସେ ଆସନ୍ତା ସେପ୍ଟେମ୍ବର ମାସରେ ଦିଲ୍ଲୀଠାରେ ହେବାକୁ ଥିବା ପ୍ରତିଯୋଗିତରେ ଭାଗ ନେବେ । ପୂର୍ବରୁ ସେ ଗତ ୬ ଅଗଷ୍ଟରୁ ଆରମ୍ଭ ହୋଇ ୧୦ ଅଗଷ୍ଟରେ କେ. ଟି. ଗ୍ଲୋବାଲ ସ୍କୁଲ, ଖୋର୍ଦ୍ଧାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଶାରିରୀକ କ୍ରିଡ଼ା ଶିକ୍ଷକ ମନୋଜ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ୧୭ବର୍ଷରୁ କମ୍ ବିଭାଗରେ ଅଂଶ ଗ୍ରହଣ କରିଥିଲେ । ଶ୍ରେୟାଂଶୁଙ୍କ ଘର ଜଗନ୍ନାଥପୁର, ଭଦ୍ରକ । ତାଙ୍କ ମାତାଙ୍କ ନାମ ସୁମିତ୍ରା ନାଥ ଏବଂ ପିତାଙ୍କ ନାମ ହିମାଂଶୁ ଶେଖର ପାତ୍ର । ସେ ବର୍ତ୍ତମାନ ଭଦ୍ରକ ଇଲେକ୍ଟ୍ରି ବିଭାଗରେ (ଟି.ପି.ଏନ.ଓ.ଡ଼ି.ଏଲ୍) ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ।