ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

 ପାଣିକୋଇଲି: ବିଦ୍ୟାଳୟର ଯାବତୀୟ ସମସ୍ୟା ସମାଧାନ ଦାବିରେ କୋରେଇ ବ୍ଲକ ରାଣିଗୋଡା ଗ୍ରାମରରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ତାଲା ପକାଇ ଦେଇଥିଲେ । ଖବରପାଇ ପାଣିକୋଇଲି ଥାନାଧିକରୀ ରଂଜିତ କୁମାର ମହାନ୍ତି ଘଟଣାସ୍ଥଳେ ପହଁଚି ତାଲା ଖୋଲିବା ସହ ଏପରି ନକରିବାକୁ ପରାମର୍ଶ ଦେଇ ଉଚ୍ଚ ଅଧିକାରୀଙ୍କ ସହ ଯୋଗଯୋଗ କରିଥିଲେ । ସୁଚନୁଯାୟୀ ଉକ୍ତ ବିଦ୍ୟାଳୟରେ ବାଟିକାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଏଠାରେ ୫୮ ଜଣ ପିଲା ଅଧ୍ୟୟନ କରନ୍ତି । ହେଲେ ମାତ୍ର ୨ଜଣ ଶିକ୍ଷୟତ୍ରୀ  ଅଛନ୍ତି । ପ୍ରଧାନ ଶିକ୍ଷକ ମାସରେ ପ୍ରାୟ ୧୨ ଦିନ ସରକାରୀ କାର୍ଯ୍ୟରେ ବିଦ୍ୟାଳୟରେ ଅନୁପସ୍ଥିତ ରୁହନ୍ତି । ଜଣେ ଶିକ୍ଷକ ଦୁଇଟି ଶ୍ରେଣୀ ଗୃହକୁ ସମ୍ଭାଳିବା ସମ୍ଭବ ହୁଏନାହିଁ । ଏହାକୁୁ ନେଇ କେହି ଅଭିଭାବକ ତାଲା ପକାଇଥିଲେ । ପରିଚଳନା କମିଟି ସିଆରସିସି ଓ ଶିକ୍ଷୟତ୍ରୀ ଦ୍ୱୟଙ୍କୁ ନେଇ ବୈଠକ କରାଯାଇ ଏହାର ପୁନରାବୃତି ନହେବା ଦିଗରେ ସମସ୍ତେ ଧ୍ୟାନ ଦେବେ ବୋଲି ନିଷ୍ପତ୍ତି ପରେ ବିଦ୍ୟାଳୟରେ ପାଠପଢା ଆରମ୍ଭ ହୋଇଥିଲା ।