ଷ୍ଟାଡିୟମରେ ସାଂସଦ ଖେଳ ମହୋତ୍ସବ ଉଦ୍ଘାଟିତ
କେନ୍ଦୁଝର : ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ଅଧିକରୁ ଅଧିକ ପଦକ୍ଷେପ ନିଆଯିବ ଓ କେନ୍ଦ୍ର ସରକାରଙ୍କ ସୌଜନ୍ୟରୁ ଦେଶର ବିଭିନ୍ନ ସ୍ଥାନରେ ସାଂସଦ ଖେଲ ମହୋସôବ ଅନୁଷ୍ଠିତ ହୋଇଛି ବୋଲି ଲୋକସଭା ସଦସ୍ୟ ଅନନ୍ତ ନାୟକ ପ୍ରକାଶ କରିଛନ୍ତି । କେନ୍ଦୁଝର ଷ୍ଟାଡିୟମରେ ସାଂସଦ ଖେଳ ମହୋତ୍ସବକୁ ଉଦ୍ଘାଟନ କରି ନିଜ ବକ୍ତବ୍ୟରେ ସାଂସଦ ଅନନ୍ତ ନାୟକ ପ୍ରକାଶ କରିଥିଲେ ଯେ, କ୍ରୀଡାବିତଙ୍କ ବିଭିନ୍ନ କ୍ରୀଡାରେ ସଫଳ ପ୍ରଦର୍ଶନ କରାଇବା ଆନନ୍ଦର କଥା । କ୍ରୀଡା ଓ କ୍ରୀଡାବିତଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ପ୍ରଦାନ କରୁଥିବାବେଳେ, ଏହି ସାଂସଦ ଖେଳ ମହୋତ୍ସବ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମର ଅନୁଷ୍ଠିତ ହେଉଛି । କ୍ରୀଡାର ବିକାଶ ପାଇଁ ଜିଲ୍ଲାର କୋଣ ଅନୁକୋଣର ୮ହଜାରରୁ ଅଧିକ ଖେଳାଳୀ ପଞ୍ଜୀକରଣ କରିଥିବାବେଳେ, ଏହା କ୍ରୀଡାର ଏକ ଜିଲ୍ଲାସ୍ତରୀୟ ମହାକୁମ୍ଭରେ ପରିଣତ ହୋଇଛି । ଏସ୍ପି ନିତିନ କୁଶଲକର, ବନଖଣ୍ଡ ଅଧିକାରୀ ଏଚ୍ଡି ଧନରାଜ, ସାଂସଦ ଖେଳ ମହୋତ୍ସବ ସଂଯୋଜକ ଦିଲ୍ଲୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସଙ୍ଗୀତ ଶିକ୍ଷକ ପ୍ରହ୍ଲାଦ ମହାନ୍ତଙ୍କ ସଂଯୋଜନାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଆବାହନୀ ସଙ୍ଗୀତ ପରିବେଷଣ କରିଥିଲେ । ଉପସ୍ଥିତ ଅତିଥି ଭାଗ ନେବାକୁ ଆସିଥିବା ଖେଳାଳିଙ୍କ ସହ କଥା ହେବା ସହିତ ଉନ୍ନତମାନର ଖେଳ ପ୍ରଦର୍ଶନ ପାଇଁ ଉସôାହିତ କରିଥିଲେ ।