ସଂକଟରେ କୁମ୍ଭକାର ଓ କମାରଶାଳ

ସଂକଟରେ କୁମ୍ଭକାର ଓ କମାରଶାଳ

କୁଳବେଉସାରେ ପୂରୁନି ପେଟ
ଯାଜପୁର ସଦର : ଆଧୁନିକ ଯୁଗରେ ଲୁହା ଉପକରଣ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ବେଶ ଚାହିଦା ରହିଛି । ପନିକୀ, କଟୁରୀ, ଦା, କୁରାଢ଼ୀ, ଟାଙ୍ଗିଆ, ନଡ଼ିଆ କୋରଣା, ଗଇଁତି, ଫାଉଡ଼ା, ହାତ କୋଡ଼ି ଆଦି ବହୁଳ ବ୍ୟବହାର ହେଉଛି । ମାତ୍ର ଏସବୁକୁ ନିର୍ମାଣ କରୁଥିବା କାରୀଗର ଉପେକ୍ଷିତ । ସରକାରଙ୍କ ପ୍ରୋତ୍ସାହନ ଅଭାବରୁ କୁମ୍ଭକାର ପରିବାର ତାର କୂଳ ବେଉସାକୁ ବନ୍ଦ କରି ଅନ୍ୟ ସଂସ୍ଥାରେ ବେଠି ଖଟିବାକୁ ମନ ଦେବାକୁ ଲାଗିଲେଣି । ଯଦି କହିବା ଚାଷୀ ପରିବାରକୁ ବିଭିନ୍ନ ଚାଷ ସାମଗ୍ରୀ ଓ ଜନ ସାଧାରଣଙ୍କୁ ବିଭିନ୍ନ ପ୍ରକାର ଲୁହା ସାମଗ୍ରୀ, ରୋଷେଇ ସାମଗ୍ରୀ ଯୋଗାଉଥିବା କମାର ଆଜି ଅଲୋଡ଼ା ହୋଇପଡ଼ିଛି । ରାଜ୍ୟ ବାହାରୁ ଆସି ଶସ୍ତାରେ ଲୁହା ଉପକରଣ ଯୋଗାଉଥିବା ପରିବାର ପାଇଁ ମଧ୍ୟ ସ୍ଥାନୀୟ କୁମ୍ଭକାର ପରିବାର ଅବହେଳିତ ହୋଇପଡ଼ିଛି । କିଛି ଦିନ ପୂର୍ବେ ଯାଜପୁର ସହରର ମୋଟରଙ୍ଗାପାଳ ଠାରେ ବାହାର ରାଜ୍ୟରୁ ଆସି ଲୁହା ସାମଗ୍ରୀ ତିଆରି କରୁଥିବା ସହିତ ବ୍ୟବସାୟୀ କରୁଥିବା ଦେଖାଯାଇଛି । ଆଧୁନିକ ଛାପରେ ଏବେ ବିଭିନ୍ନ କଳ କାରଖାନାରେ ତିଆରି ସାମଗ୍ରୀ ବଜାରକୁ ଆସିବା ପରେ କମାର ନିର୍ମିତ ଜିନିଷର ଚାହିଦା କମିବାରେ ଲାଗିଛି । ଫଳରେ ଯାଜପୁର ଜିଲାର ବିଭିନ୍ନ ଅଂଚଳରେ ରହିଥିବା କୁମ୍ଭକାର ପରିବାର ଆଜି ଅନ୍ୟ ବେଉସାକୁ ଆପଣେଇ ନେଲେଣି ।

                                   ଆଧୁନିକ ଯନ୍ତ୍ରପାତି ଭିତରେ ଅଲୋଡା କମାରଶାଳ, ହଜିବାକୁ ବସିଲାଣି କୂଳ ବେଉସା

କମାରଶାଳ ଚଳେଇବା ପାଇଁ କଞ୍ଚାମାଲ କାଠ କୋଇଲା ମଧ୍ୟ ଆଉ ମିଳୁନାହିଁ । ଫଳରେ ସେମାନଙ୍କର କୌଳିକ ବୃଦ୍ଧିକୁ ବଞ୍ଚାଇବା ପାଇଁ କଷ୍ଟକର ହୋଇ ପଡ଼ୁଛି ବୋଲି କୁହନ୍ତି । ଆଧୁନିକ ଯନ୍ତ୍ରପାତି ପାଇଁ ଏହି କୁଳ ବେଉସା ଏବେ ବୁଡିବାକୁ ଆସିଥିବା ବେଳେ ନୂତନ ପୀଢ଼ି ଏହି ବ୍ୟବସାୟ ପ୍ରତି ମନ ବଳାଉ ନାହାନ୍ତି । ଯାଜପୁର ସହରର ୮୦ବର୍ଷର ପୁରଣା କମାରଶାଳ ଯାଜପୁର ଟାଉନ୍‌ର ପୁରୁଣା ମାର୍କେଟ ଛକ ଭିତରେ କରିଥିବା ତିନିପୀଢି ଧରି କମାରଶାଳ ଯାହା କି ତାଙ୍କର କୂଳ ବ୍ୟବସାୟୀ ଅଟେ । ଆଜକୁ ୧୨ବର୍ଷ ହେଲାଣି ସ୍ୱର୍ଗତ ଯଦୁନାଥ ବିନ୍ଧାଣୀ ତାଙ୍କ ବାପାଙ୍କ ପାଖରେ ବସି ଏହି କାମକୁ ଆପଣାଇ ନେଇଥିଲେ । ଯେହେତୁ ଏହା ତାଙ୍କର କୂଳ ବେଉସା ହୋଇଥିବା ଯୋଗୁଁ କାଳକ୍ରମେ ତିନି ଚାରି ପୀଢି ଏହି କମାରଶାଳକୁ ତାଙ୍କର ପେଟ ପୋଷିବା ମାଧ୍ୟମ ବୋଲି ଧରି ନେଇଛନ୍ତି । ପିଲାବେଳୁ କମାର ଶାଳ କରି ନିଜ ପରିବାର ପୋଷୁଥିବା ବେଳେ ଏବେ ଆଉ ଏହି ଶାଳରୁ ପରିବାର ପୋଷି ହେଉନଥିବା କହିଛନ୍ତି ସ୍ୱର୍ଗତ ଯଦୁନାଥ ବିନ୍ଧାଣୀଙ୍କ ପୁତ୍ରର ବିଜୟ (୫୪) । ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ପରିବାର । ଦିନକୁ ଦିନ ଓଳିଏ ଖାଦ୍ୟ ପାଇଁ ଏହି କମାରଶାଳରୁ ଆଉ ରୋଜଗାର କରିବା କଷ୍ଟକର ହେଉଛି ବୋଲି ବିଜୟ କହିଛନ୍ତି । ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ସହନତା ମିଳୁନାହିଁ । ତାଙ୍କ କହିବା ଅନୁଯାଇ ପର୍ବରୁ ହଳ ଲଙ୍ଗଳରେ ଚାଷ ହେଉଥିଲା ଏବଂ ଦା’, କୋଦାଳ, ଗଇଁଚ୍‌ ଭଳି କ୍ଷେତ କାମରେ ଲାଗୁଥିଲା କିନ୍ତୁ ତାହା ଏବେ ମେସିନ କରୁଛି । ଫଳରେ ଆମ ଶାଳକୁ ଆଉ କେହି ସେ ସାମଗ୍ରୀ ନେଇ ଆସୁନାହାନ୍ତି । ସେହିପରି କେତେବେଳେ କିଏ କଟୁରୀଟିଏ କି ଟାଙ୍ଗିଆଟିଏ ଆଣୁଛନ୍ତି । ଏବେ ଆମେ କେମିତି ଚଳିବୁ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ବାପ ଅଜା ଅମଳରୁ କୌଳିକ ବୃତିକୁ ଜାବୁଡିଧରି ଏପର୍ଯ୍ୟନ୍ତ କମାରଶାଳ କରି ସେବା ଯୋଗାଉଥିବ ପରିବାର କହିଛନ୍ତି ଆଧୁନିକ ଯନ୍ତ୍ରପାତି ଓ ମେସିନ ଯୋଗୁଁ ଶାଳ ଏକପ୍ରକାର ବନ୍ଦ ହେବାକୁ ବସିଲାଣି । ସେହିଭଳି ସରକାର ଘରେ ଘରେ ଗ୍ୟାସ ଯୋଗାଇ ଦେବାରୁ ଶାଳ ପାଇଁ ଆବଶ୍ୟକ ଅଙ୍ଗାର ମିଳୁନଥିବା କହିଛନ୍ତି । ସରକାର ମଧ୍ୟ ଆମ ସମୁଦାୟ ପ୍ରତି ସେମିତି କିଛି ଆଖୁଦୃଶିଆ ପଦକ୍ଷେପ କି ସହଯୋଗ ନକରିବା ଯୋଗୁଁ ଏବେ ଏହି କୂଳ ବେଉସା ଉଜୁଡିବାକୁ ବସିଲାଣି ବୋଲି କହିଛନ୍ତି ବିଜୟ । ସରକାର ଏଥିପ୍ରତି ଦୃଷ୍ଟି ଦେଲେ କୁମ୍ଭକାର କୂଳବେଉସା କରି ପରିବାର ପ୍ରତିପୋଷଣ କରିପାରନ୍ତେ ।