ସଂପୁର ଗ୍ରାମରୁ ହରିଣ ଉଦ୍ଧାର
ପିପିଲି : ପିପିଲି ସଂପୁର ଗାଁରେ ଆଜି ଏକ ପାଞ୍ଚ ବର୍ଷ ଅଣ୍ଡିରା ହରିଣ ଛୁଆ ଉଦ୍ଧାର ହୋଇଛି । ସଂପୁର ଗ୍ରାମର ମହାବୀର ମନ୍ଦିର ପାଖରେ ହରିଣଟି ବୁଲୁଥିବାର ଦେଖି ଗ୍ରାମବାସୀମାନେ ହରିଣଟିକୁ ଧରିଥିଲେ । ଏହାପରେ ସ୍ଥାନୀୟ ସରପଞ୍ଚ ଝରଣା ବରାଳ ବାଲିପାଟଣା ରେଞ୍ଜରଙ୍କୁ ଜଣାଇଥିଲେ । ରେଞ୍ଜରଙ୍କ ନିଦେ୍ର୍ଦଶରେ ଫରେଷ୍ଟର ତପନ ବାରିକ, ଫରେଷ୍ଟ ଗାର୍ଡ ବିଶ୍ୱନାରାୟଣ ମିଶ୍ର, ସନ୍ତୋଷ କୁମାର ପଣ୍ଡା, ଓ ସମ୍ବିତ ସୁବୁଦ୍ଧି ଆସି ହରିଣଟିକୁ ଉଦ୍ଧାର କରିଥିଲେ । ହରିଣଟି ବାଟ ଭୁଲି ପାଣି ଅନୁସରଣରେ କୋଣାର୍କ ବାଲୁଖଣ୍ଡ ଅଞ୍ଚଳରୁ ଆସିଥିବାର ବନବିଭାଗ ଅନୁମାନ କରୁଛି । ବନବିଭାଗ ହରିଣଟିକୁ ଚିକିସôା କରି ତାକୁ ନେଇ ବନମାଲିପୁରର ଭଅଁରା ଜଙ୍ଗଲରେ ଛାଡ଼ିଦେଇଛନ୍ତି ।