ବୋର୍ଡ ସାର୍ଟିଫିକେଟକୁ ନେଇ ଅଭିଯୋଗ
ଚାନ୍ଦବାଲି : ସରକାରୀ ସ୍କୁଲରେ ଶିକ୍ଷାର ବିକଳ ଚିତ୍ର । ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଉଥିବା ବେଳେ ଶିକ୍ଷକ ମାନଙ୍କ ମନମାନି ବଢ଼ିବାରେ ଲାଗିଛି । ଏମିତି ଅଭିଯୋଗ ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅପର୍ତ୍ତୀ ଚରଣ ଉଚ୍ଚ ବିଦ୍ୟାଳୟରେ । ଜିଲ୍ଲାରେ ଏହି ସ୍କୁଲ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆଜକୁ ୨ବର୍ଷରୁ ଅଧିକ ହେବ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଛି । ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଜଣେ ପ୍ରାଇମେରୀ ଶିକ୍ଷକ ଥିବା ଦେଖିବାକୁ ମିଳୁଛି । ଏହି ସ୍କୁଲରେ ଆଜକୁ ଦୁଇବର୍ଷ ତଳେ ପ୍ରଧାନ ଶିକ୍ଷକ ଭାବେ ଶୁଭେନ୍ଦୁ ମହାରାଜଙ୍କୁ ନିଯୁକ୍ତି ମିଳିଥିବା ବେଳେ ତାଙ୍କର ପଦୋନ୍ନତି ହେବାରୁ ତାଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ମିଳିଛି । ହେଲେ ଏବେବି ଅପର୍ତ୍ତୀ ଚରଣ ଉଚ୍ଚ ବିଦ୍ୟାଳୟରେ ଦାୟିତ୍ୱରେ ଅଛନ୍ତି । ହେଲେ ଅବିଭାବକ ମାନଙ୍କ ଅଭିଯୋଗ ଯେ, ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା କାର୍ଯ୍ୟରତ ବ୍ଲକ ଶିକ୍ଷା ଅଧିକାରୀ ସ୍କୁଲକୁ ନଆସି ଜଣେ ପ୍ରାଇମେରୀ ଶିକ୍ଷକ ହାତରେ ସମସ୍ତ କାର୍ଯ୍ୟଭାର ଦେବାସହିତ ଦଶମ ଶ୍ରେଣୀ ବୋର୍ଡ ସାର୍ଟିଫିକେଟରେ ପ୍ରଧାନଶିକ୍ଷକ ଷ୍ଟାମ୍ପ ମାରି ନିଜର ଦସ୍ତଖତ କରିଥିବା ଦେଖିବାକୁ ମିଳିଛି । ଏ ନେଇ ଅଭିଭାବକ ମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ତୁରନ୍ତ ଉକ୍ତ ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଅବିଭାବକ ମହଲରେ ଦାବି କରାଯାଇଛି ।