ସଚେତନତା କାର୍ଯ୍ୟକ୍ରମ ନେଇ ନକଲି ଫଟୋ
ଆସିକା : ଓଡିଶା ସ୍ୱାସ୍ଥ୍ୟ ମିଶନର ନିଦେ୍ର୍ଦଶକ୍ରମେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ତତ୍ତ୍ୱାବଧାନରେ ଚଳିତ ବର୍ଷା ଋତୁ ପୂର୍ବରୁ ଗାଁ ଗାଁରେ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ନିମନ୍ତେ କୁହାଯାଇଛି । ବର୍ଷା ଋତୁ ସମୟରେ ଡେଙ୍ଗୁ, ଡ଼ାଇରିଆ, ମ୍ୟାଲେରିଆ, ହଇଜା ଆଦି ରୋଗ ନିରାକରଣ ନିମନ୍ତେ ଅଞ୍ଚଳବାସୀଙ୍କୁ ଆବଶ୍ୟକ କୌଶଳ, ପରାମର୍ଶ ପ୍ରଦାନ କରିବା ବଦଳେ ଜିଲ୍ଲା ଟିମ୍କୁ ଫାଙ୍କିବା ପାଇଁ ପୁରୁଣା ଫୋଟୋକୁ ତାରିଖ ବଦଳାଇ ନିଜ ଦୋଷରୁ ମୁକ୍ତି ପାଇଁ ଚେଷ୍ଟା କରାଯାଇଥିବା ଏକ ଫୋଟରୁ ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ଗାଁ ଗାଁରେ ମାରାତ୍ମକ ରୋଗ ନ ହେବା ପାଇଁ ଆୟୁଷ୍ମାନ ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଲୋକମାନଙ୍କୁ ବିଭିନ୍ନ ପଦକ୍ଷେପ ନେବାକୁ ସଭା ସମିତି କରି ପିଲା ଠାରୁ ବୟୋଜ୍ୟେଷ୍ଠ ପର୍ଯ୍ୟନ୍ତ ସଚେତନତା କରାଇବା ନିଦେ୍ର୍ଦଶ ରହିଥିଲେ ମଧ୍ୟ ଦେବଭୂମି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଏହାର କିଛି ବ୍ୟତିକ୍ରମ ଦେଖିବାକୁ ମିଳିଥିବା ଅଭିଯୋଗ ହେଉଛି । ଏହି କେନ୍ଦ୍ରରେ ହାତଧୁଆ, ଓଆରଏସର ପ୍ରଣାଳୀ, ସ୍କୁଲ ପିଲାମାନଙ୍କୁ ହାତଧୁଆ କୌଶଳର ଫୋଟୋ ସବୁ ବୟାନ କରୁଛି ଯେ, ଏହି ସବୁ କାର୍ଯ୍ୟକ୍ରମ ପୁରୁଣା ବୋଲି ମନେ ହେଉଛି । ଏହି ବିଷୟରେ ଅଧିକ ଜାଣିବାକୁ ବ୍ଲକର ମେଡିକାଲ ମୁଖ୍ୟ ଅଧିକାରୀ, ବିପିଏମ, ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇନଥିଲା । ଏହା ସମ୍ପର୍କରେ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକକୁ ପଚାରିବାରୁ ଏହାର ଅନୁସନ୍ଧାନ କରିବାକୁ କହିଛନ୍ତି । ଗତକାଲି ବାଲିସିରା, ମଙ୍ଗଳପୁର, ଆସ୍କା ମେଡିକାଲକୁ ଜିଲ୍ଲା ଟିମ୍ ଗ୍ରସ୍ତରେ ଆସିଥିଲେ ମଧ୍ୟ ଏଭଳି ମିଛ ତଥ୍ୟ ପ୍ରଦାନ କରୁଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସଠିକ୍ କାମ କରିବାକୁ ନିଦେ୍ର୍ଦଶ ଦେଲେ କାର୍ଯ୍ୟକ୍ରମ ସଫଳ ହେବ ସହ ଜିଲ୍ଲାର ନାମ ରହିବ ବୋଲି ଅନେକ ଗ୍ରାମବାସୀ ପ୍ରକାଶ କରିଛନ୍ତି ।