ସଚେତନତା କାର୍ଯ୍ୟକ୍ରମ
ନୂଆପଡା : କୋମନା ବ୍ଲକ ଲଖନା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ ସ୍ଥାନୀୟ ଜୟ କିଶାନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୃଥକ ପୃଥକ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ଓ ସ୍ୱଚ୍ଛତା ଉପରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପିଆରଆଇ ମେମ୍ବର, ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ନେଇ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ପଞ୍ଚାୟତ ପରିସରରେ ସ୍ୱଚ୍ଛତା ଅଭିଯାନ ପରେ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ସରକାରୀ କର୍ମଚାରୀ ଓ ସ୍ଥାନୀୟ ନାଗରିକମାନେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ ନେତୃତ୍ୱରେ କୋମନା ବିଡ଼ିଓ ସର୍ବେଶ୍ୱର ଜାଲ, ସିଡ଼ିପିଓ ଦେବକୀ ମଲ୍ଲିକ, ସୁପର ଭାଇଜର କାନ୍ତି ଶବର, ପ୍ରିନ୍ସପାଲ ଅଓଧନ ସାହୁ, ଖୁଲେଶ୍ୱର୍ ସାହୁ, ସରପଞ୍ଚ ପଦ୍ମିନୀ ସୁନାନି, ଶବିର ହୁସେନ ପ୍ରମୁଖ ଉପସ୍ଥିତ ଥିଲେ ।