ସଡକ ସୁରକ୍ଷା କମିଟି ବୈଠକ
।ା ପ୍ରଭାନୁ୍ୟଜ ।ା ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି (ସାଧାରଣ)ଙ୍କ ଅଧ୍ୟକ୍ଷତାରେ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜପଥରେ ଥିବା ଖାଲଖମା ଗୁଡିକର ମରାମତି, ଅଧିକ ରୋଡ୍ ସାଇନେଜ ଲଗାଇବାର ବ୍ୟବସ୍ଥା, ସ୍ପିଡ଼ ଲିମିଟ ବୋର୍ଡ ବ୍ୟବସ୍ଥା କରିବାକୁ ଗୁରୁତ୍ୱାରୋପ କରାଯାଇଥିଲା । ସହର ଉପକଣ୍ଠ ଗୋବିନ୍ଦପୁର ଛକ ରାସ୍ତାକୁ ପୂର୍ଣାଙ୍ଗ କରି ଦୁର୍ଘଟଣା ରୋକିବା ଦିଗରେ ଏନ୍ଏଚ କର୍ତ୍ତୃପକ୍ଷ ଯନôବାନ ହେବାକୁ କମିଟି ସଦସ୍ୟ ପ୍ରଦୁ୍ୟମ୍ନ ରଥ ବୈଠକର ଦୃଷ୍ଟି ଆକର୍ଷଣ କରିଥିଲେ । କଲେଜ ବାଇପାସ୍ ଠାରୁ କୋରିଆ ବାଇପାସ୍ ପର୍ଯ୍ୟନ୍ତ ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ଆଲୋକୀକରଣ ବ୍ୟବସ୍ଥା ହେବ । ମଙ୍ଗୁଳି ଠାରୁ ଝାରଗାଡିଆ ପର୍ଯ୍ୟନ୍ତ ଜାତୀୟ ରାଜପଥର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଏନ୍ଏଚ ଯନ୍ତ୍ରୀ ପ୍ରକାଶ କରିଥିଲେ । ଦ୍ରୁତ ଗାଡି ଚାଳନ ରୋକିବା ତଥା ପିଲାମାନଙ୍କୁ ନେବା ଆଣିବା କରୁଥିବା ଗାଡି ଗୁଡିକର ଫିଟ ନେସ୍ନଥିଲେ, ଗାଡିମାଲିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର ପ୍ରକାଶ କରିଥିଲେ । ଏହି ଅବସରରେ ବିଭିନ୍ନ ସମୟରେ ରାସ୍ତା ଦୁର୍ଘଟଣାରେ ଆହତମାନଙ୍କୁ ଉଦ୍ଧାର କରି ଜୀବନ ବଞ୍ଚା ଥିବାରୁ ଗୁଡ୍ ସମରିଟାନ ଭାବେ ସମ୍ବାଦିକ ସତ୍ୟ ସ୍ୱରୂପ ଦାସ, ରଞ୍ଜିତ ମହାକୁଡ, ସୌମ୍ୟରଞ୍ଜନ ସ୍ୱାଇଁ, ଆକାଶ ସିଂହ ସାମନ୍ତ୍ର, ସୁଦର୍ଶନ ଦାସ, ରିତେଶ ଦାଶ, ସେଶନ କୁମାର ସାହୁ, ଅଭିମନୁ୍ୟ ଖୁଲାର, ଦୁଷ୍ମନ୍ତ ନାୟକ ଏବଂ ଗଣେଶ୍ୱର ସାହୁକୁ ପୁରସ୍କାର ସ୍ୱରୂପ ୨ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ, ହିନେ୍ଦାଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ରାସ୍ତା ଓ ପୂର୍ତ୍ତ ବିଭାଗ ଅଧିକ୍ଷଣଯନ୍ତ୍ରୀ ଜୟନ୍ତ ପ୍ରସାଦ ନାୟକ, ଧରିତ୍ରୀର ପ୍ରତିନିଧି ରତନକୁମାର ନାୟର, ରାପିଡ଼ ରେସନ୍ସ ଟିମର ସଂଯୋଜକ ବିରଞ୍ଚô ନାରାୟଣ ପାଣିଙ୍କ ସମେତ ବସ୍ ମାଲିକ ସଂଘର କର୍ମକର୍ତ୍ତା, ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ ।