ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍ ପାଇଁ ମନୀଷ ପାଲ୍ ମନୋନୀତ


 ।ା ପ୍ରଭାନୁ୍ୟଜ ।ା ରାଇରଙ୍ଗପୁର,: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ମହୁଲଡିହାର ମନିଷ କୁମାର ପାଲ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ରେ ଅଣ୍ଡର ୧୭ ଅଲ ଓଡିଶାରେ ତୃତୀୟ ସ୍ଥାନ ଅଧିକାର କରି ମୟୁରଭଞ୍ଜ ଜିଲ୍ଲା ତଥା ନିଜ ସ୍କୁଲ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ମହୁଲଡିହା ରାଇରଙ୍ଗପୁର ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ସେ ଏବେ ମହୁଲଡିହା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ର । ସେ ଜଣେ ସାଧାରଣ ପରିବାରର ପିଲା ଅଟନ୍ତି । ସେ ଜାତୀୟ ବ୍ୟାଡମିଣ୍ଟନ ଚମ୍ପିଆନସିପ୍ରେ ଭାଗ ନେବା ପାଇଁ ମନୋନୀତ ହୋଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ଶୁଅ ଛୁଟୁଛି । ତାଙ୍କର ଏହି ସଫଳତା ପାଇଁ ପରିବାର ସଦସ୍ୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ମହୁଲଡିହା ରାଇରଙ୍ଗପୁରର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀୟମାନଙ୍କୁ ଶ୍ରେୟ ଦେଇଛନ୍ତି । ବିନା କଚିଂରେ ସଫଳତା ହାସଲ କରିବା ଆଜିର ଦୁନିଆରେ ବହୁତ କଷ୍ଟ । କିନ୍ତୁ ମନିଷ ନିଜ କଷ୍ଟ ଓ ପରିଶ୍ରମ ବଳରେ ଆଜି ସେ ରାଜ୍ୟସ୍ତରୀୟରୁ ଜାତୀୟସ୍ତରୀୟକୁ ମନୋନୀତ ହୋଇ ପାରିଛନ୍ତି । ଏହି ଇଣ୍ଟରଇଷ୍ଟେଟ ବ୍ୟାଡମିଣ୍ଟନ ଚମ୍ପିଆନସିପ୍ ଏନ୍ଟିପିସି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ ଜୁଲାଇ ୧୯ତାରିଖ ଠାରୁ ଆରମ୍ଭ ହୋଇ ୨୧ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା । ଅଣ୍ଡର ୧୭ରେ ୧୯୧ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ କେବଳ ଚାରିଜଣ ଜାତୀୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍ ପାଇଁ ମନୋନୀତ ହୋଇଛନ୍ତି । ସେଥିମଧ୍ୟରୁ ମନିଷ କୁମାର ପାଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମନିଷ ରାଇରଙ୍ଗପୁର ପୌରପରିଷଦ ୱାର୍ଡ ନମ୍ବର ଏକ ମହୁଲଡିହା ବାସିନ୍ଦା ସତ୍ୟନାରୟଣ ପାଲ ଓ ମିନାକ୍ଷୀ ରାଣୀ ପାଲଙ୍କ ପୁତ୍ର ଅଟନ୍ତି ।