ଅହିୟାସ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବ୍ୟାହତ 



ାା ପ୍ରଭାନୁ୍ୟଜ ।ା ଦଶରଥପୁର,: ଏହିବ୍ଲକ୍ ଅହିୟାସ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନାନାଦି ସମସ୍ୟା ମଧ୍ୟରେ ଗତି କରୁଛି । ସ୍ୱାସ୍ଥ୍ୟକେନ୍ଦ୍ରକୁ ସପ୍ତାହରେ ୩ ଦିନ ଜଣେ ଡାକ୍ତର ଆସି ରୋଗୀସେବା କରୁଥିବାବେଳେ ଅନ୍ୟ ୪ଦିନ ଡାକ୍ତର ନଥିବାରୁ ରୋଗୀସେବା ବ୍ୟାହତ ହୋଇଛି । ଏଥିସହ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାୟ ୩ବର୍ଷରୁ ଊଦ୍ଧ୍ୱର୍ ହେବ ଫାର୍ମାସିଷ୍ଟ ପଦବୀ ଖାଲି ପଡ଼ିଥିବା ବେଳେ ଷ୍ଟାଫ୍ ନର୍ସ ମଧ୍ୟ ନାହାନ୍ତି । କର୍ମଚାରୀ ଅଭାବରୁ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୋଗୀମାନଙ୍କୁ ଔଷଧ ଦିଅନ୍ତି । ୨୦ବର୍ଷତଳର ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଯେଭଳି ସ୍ୱାସ୍ଥ୍ୟ ବିଭାଗର ନଜର ନାହିଁ । ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଦଶରଥପୁର ବ୍ଲକ୍ ସମେତ ପଡ଼ୋଶୀ ଧାମନଗର ବ୍ଲକ୍ର ପ୍ରାୟ ୫୦ରୁ ଊଦ୍ଧ୍ୱର୍ ଗ୍ରାମର ଲୋକେ ନିର୍ଭର କରିଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟିର ଚତୁଃପାଶ୍ୱର୍ରେ ଆଦୌ ପାଚେରୀ ନଥିବାବେଳେ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗେଟ୍ଟିଏ ମଧ୍ୟ ନାହିଁ । ଫଳରେ ବିଭିନ୍ନ ଗୋରୁଗାଈ ଅନାୟାସରେ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ବୁଲୁଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରଟି ମୁକୁଳା ଥିବାରୁ ମଦ୍ୟପଙ୍କ ଆଡ୍ଡାସ୍ଥଳ ପାଲଟିଯାଉଛି । ଏଥିସହ ଏହି ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ କିଛି ପ୍ରଭାବଶାଳୀ ଲୋକ ଜୋରଜବରଦସ୍ତ ଦଖଲ କରି ଘର ବନାଇଥିବାବେଳେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାପାଇଁ କୌଣସି ଗାଡ଼ିକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ବନ୍ୟାପ୍ଲାବିତ ଅଞ୍ଚଳରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ଅବସ୍ଥିତ ହୋଇଥିବାରୁ ଅସରାଏ ବର୍ଷା ହେଲେ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ପାଣି ଜମିରହେ । ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ନଳକୂପ ଅଚଳ ଥିବାବେଳେ କେନ୍ଦ୍ର ମଧ୍ୟରେ ଲାଗିଥିବା ଆକୁଆଗାର୍ଡ଼ ଅଚଳ ଥିବାରୁ ପିଇବା ପାଣି ପାଇଁ ରୋଗୀଙ୍କ ସମେତ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହ କେନ୍ଦ୍ରରେ ଏକ ୧୦୮ ଆମ୍ବୁଲାନ୍ସ ରୋଗୀମାନଙ୍କୁ ନେବାଆଣିବା ପାଇଁ ଚଳାଚଳ କରୁଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ବାସଭବନ ନଥିବାରୁ ଆମ୍ବୁଲାନ୍ସର କର୍ମଚାରୀ ଗାଡ଼ି ମଧ୍ୟରେ ରାତ୍ରିଯାପନ କରିବାକୁ ବାଧ୍ୟ ହେଉଛନ୍ତି । ଏପରି ନାନାଦି ସମସ୍ୟାରେ ଛନ୍ଦି ହୋଇପଡ଼ିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଶୁଭଦୃଷ୍ଟି ପକାଇବାକୁ ସ୍ୱାସ୍ଥ୍ୟମନ୍ତ୍ରୀ, ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।